District

ଦଶହର। କୁ ନେଇ ସମନ୍ବୟ

ଦଶହରା ନେଇ ସମନ୍ବୟ

ପାପଡ଼ହାଣ୍ଡି,୧୪/୯

ନବରଙ୍ଗପୁର ପାପଡ଼ାହାଣ୍ଡି ଜିଲ୍ଲା ସଭା ଗୃହରେ ପୋଲିସ ପକ୍ଷରୁ ଦଶହରା ପାଇଁ ଶନିବାର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଥାନାଧିକାରୀ ଦୀପକ କୁମାର ଜେନା ସଭାପତିତ୍ କରି ଥିଲେ। ବ୍ଲକ ଉପାଧ୍ଯକ୍ଷ ସୁଶାନ୍ତ କୁମାର ବେହେରା, ବିଡିଓ କପିଳଦେବ ସାହୁ, ତହସିଲଦାର ତପନ କୁମାର ନାୟକ, ଏସ୍‌ଡିପିଓ ସତ୍ୟଜିତ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ପାପଡ଼ାହାଣ୍ଡି ଥାନା ଅଧୀନ ୨ଟି ପୂଜା କମିଟି ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଶାନ୍ତିଶୃଙ୍ଖଳାର ସହ ଦଶହରା ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ, ପାନୀୟ ଜଳ, ଷ୍ଟ୍ରିଟ ଲାଇଟ, ରାବଣପୋଡି ବିଷୟରେ ଆଲୋଚନା କରି ଦଶହରା ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଆଇଆଇଆସି ଜେନା ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କୁ ପରାମର୍ଶ ପ୍ରତେକ ଦେଇଥିଲେ। ଛଳରେ ସିସି କ୍ୟାମେରା ଲାଗିବା ବ୍ୟବସ୍ଥା କରିବା ପାଇ ନିଷ୍ପରି ନିଆଯାଇଥିଲା। ନୂତନ ବସଷ୍ଟାଣ୍ଡ ନିର୍ମାଣ ହେଉଥିବା ସ୍ଥାନରେ ଗାଳି ପାର୍କିଙ୍ଗ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତି ହୋଇଛି। ଏହି ବୈଠକରେ ସାର୍ବଜନୀନ ପୂଜା କମିଟି ସଭାପତି ବି. ଜଗନମୋହନ ରାଓ, ଶ୍ରୀଶ୍ରୀଶ୍ରୀ ଦୁର୍ଗାପୂଜା କମିଟି ସଭାପତି ଜି. ଅନନ୍ତ ମୂର୍ତ୍ତି, ଆଇନଜୀବୀ ପଟ୍ଟନାୟକ, ତ୍ରିନାଥ ପ୍ରଧାନ,ରାଜ କିଶୋର ରାଓ, ହରି ପାଣିଗ୍ରାହୀ, ମହେନ୍ଦ୍ର ବିଷୋୟୀ, ଶଙ୍କର ବିଷୋୟୀ, ସନ୍ତୋଷ ରାଓ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button