DistrictRayagadaSports

ଚନ୍ଦ୍ରପୁର ଶିକ୍ଷା ବିଭାଗ ତରଫରୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦ୍ଘାଟିତ

ମୁନିଗୁଡ଼ା/ଚନ୍ଦ୍ରପୁର, ୧୦/୦୯: ଗ୍ରାମାଞ୍ଚଳରେ ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ବିଭିନ୍ନ ପ୍ରକାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ପ୍ରସ୍ଫୁଟିତ କରିବା ଲକ୍ଷକୁ ସରକାର ଆପଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକର ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଥିବା ପ୍ରତିଭାକୁ ଲୋକଲୋଚନରେ ପ୍ରଦର୍ଶନ କରିବାକୁ ଶିକ୍ଷା ଵିଭାଗ କେଇପାଦ ଆଗେଇ ଯାଇଛି।ଯାହାକି ଆଜି ଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ପଡିଆ ଠାରେ ଶିକ୍ଷା ବିଭାଗ ଦ୍ଵାରା ଦୁଇଦିନିଆ ୧୦ ଓ ୧୧ତାରିଖ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ମୁଖ୍ୟ ଅତିଥି ସିଡ଼ିପିଓ ଗୀତାରାଣୀ ସାହୁଙ୍କ ଦ୍ଵାରା ଉଦଘାଟନ ହୋଇଯାଇଛି।

ଉକ୍ତ ପ୍ରତିଯୋଗିତାଟି ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ଭାଗରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଓ ଅନ୍ୟଟି ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନେ ଭାଗନେଇ ଥିଲେ।ଏହି କ୍ରୀଡ଼ାରେ ୧୦୦ମି. ରୁ ୮୦୦ମି. ଦୌଡ଼ , ସଟପୁଟ୍ ଡିସକସ୍, ଲଙ୍ଗ ଜମ୍ପ, ହାଇ ଜମ୍ପ , କବାଡି , ଖୋ-ଖୋ , ବ୍ୟାଡମିଣ୍ଟନ, କ୍ରୀକେଟ୍ , ଭଲିବଲ୍ ଏବଂ ଯୋଗ ଇତ୍ୟାଦି ପ୍ରତିଯୋଗୀତା ଆୟୋଜିତ କରାଯିବ। ଉକ୍ତ କ୍ରୀଡା ପ୍ରତିଯୋଗୀତାରେ ୧୫୦ ଜଣରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେବା ନିମନ୍ତେ ନାମ ପଂଜିକରଣ କରିଛନ୍ତି। ଉକ୍ତ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାର ଗଣେଶ ଶବର ସଭାପତିତ୍ୱ କରିଥିଲେ।

ସିଡିପିଓ ଗୀତାରାଣୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବୁଡୁବାଲି ସରପଞ୍ଚ ଭୀମ ଗଗେରେଙ୍ଗା , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ଚନ୍ଦ୍ର ନାୟକ,ଚନ୍ଦ୍ରପୁର ଏସ୍.ଏସ୍.ଡି. ବାଳକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଦୀପ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସାମ୍ବାଦିକ ହାଡିପା ଗୌଡ ,ବିଜୟ ଉଲ୍ଲାକା,କୈଳାଶ ମାଳବିଶୋଇ, ସୁକାନ୍ତ କୁମାର ବେହେରା,ସଞ୍ଚୟ ନାଗ ଉଦଘାଟନୀ ସମାରୋହରେ ଉପସ୍ଥିତ ଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଉମାକାନ୍ତ ମିଶାଲ ଓ ସିଆରସିସି ରଜନୀକାନ୍ତ ବଳିୟାର ସିଂହ ମଞ୍ଚ ପରିଚାଳନା କରିଥିଲେ।

ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବାଳକୃଷ୍ଣ ବିହାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସିଙ୍ଗନା ତାଡିଙ୍ଗ ଓ ବ୍ଲକର ସମସ୍ତ ସିଆରସିସି ତଥା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋର ହାତ ବଢ଼ାଇଥିଲେ। ବିଭିନ୍ନ ବିଦ୍ୟାଳୟର ପାଞ୍ଚଜଣ କ୍ରୀଡା ଶିକ୍ଷକ ଏହି କ୍ରୀଡାକୁ ପରିଚାଳନା କରିଥିଲେ। ଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଆପଲ ରାଜୁ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀ ସହଯୋଗ କରିଥିଲେ। ଅତିଥି ମାନଙ୍କୁ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭ ମହୁରତ କରାଯାଇଥିଲା।

Dhabaleswar Patri (Block Reporter) Ramanaguda

Related Articles

Leave a Reply

Your email address will not be published. Required fields are marked *

Back to top button