District

କୋଷାଗୁମୁଡ଼ାରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନୁ ଜାରି

କୋଷାଗୁମୁଡ଼ାରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନୁ ଜାରି

ନବରଙ୍ଗପୁର:- କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଆଟିଗାଁ ପଞ୍ଚାୟତର ଚଚରଗୁଡା ଗ୍ରାମର ସଦନ ଭତ୍ରାଙ୍କ ଝିଅ ଚନ୍ଦ୍ରା ଭତ୍ରା (୨୧)ଙ୍କୁ ଗତ ରବିବାର ରାତିରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।ଘଟଣା ସମ୍ପର୍କରେ ଖବର ପାଇ କୋଡ଼ିଙ୍ଗା ପୋଲିସ ତୁରନ୍ତି ଘଟଣାସୁଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କ ଅଭିଯୋଗ ହେଉଛି ଯେ ଯୁବତୀଙ୍କୁ ପ୍ରଥମେ ଦୁଷ୍କର୍ମ କରାଯାଇଛି ଏବଂ ପରେ ହତ୍ୟା କରାଯାଇଛି।ପୋଲିସର ପ୍ରାରମ୍ଭିକ ତଦନ୍ତ ଜାରି ରହିଛି ଏବଂ ସାଧାରଣରେ ଚର୍ଚ୍ଚା ହେଉଛି ଯେ, ଦୁଷ୍କର୍ମ ଓ ହତ୍ୟା ପଛରେ କିଏ ଅଛି ଏବଂ କାହିଁକି ଏପରି ଘଟଣା ଘଟିଛି, ତାହା ପୋଲିସ ପ୍ରମାଣ ସଂଗ୍ରହ କରିବା ପରେ ହିଁ ଅଭିଯୁକ୍ତକୁ ଗିରଫ କରିବ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button