District

ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳନ

ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳନ

ପାରଳାଖେମୁଣ୍ଡି:୧୬/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ
ୟୁ.ଟେକ୍.କମ୍ପ୍ୟୁଟର ଏଡୁକେସନ୍ ସେଣ୍ଟର୍ ଠାରେ ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ଆୟୋଜିତ ରଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆର୍ ଉଦୟଗିରିର ଉପ – ବିଭାଗୀୟ ଆରକ୍ଷୀ ଅଧିକାରୀ ରାକେଶ କୁମାର ସାହୁ (ଆଇ.ପି. ଏସ୍) ଯୋଗ ଦାନ କରି ଓଡ଼ିଆ ସଭ୍ୟତା ଓ ସଂସ୍କୃତିକୁ ସବୁ ବର୍ଗର ଲୋକେ ପ୍ରୋତ୍ସାହିତ କରି ଆମର ପବିତ୍ର ପରମ୍ପରାକୁ ବଜାୟ ରଖିବାକୁ ପଡ଼ିବ କହିଥିଲେ। ଵିଶିଷ୍ଟ ସମାଜ ସେବୀ ରମଗିରିର ନିର୍ମଳା ପଟ୍ଟାନାୟକ ସାମ୍ପ୍ରତିକ ନାରୀ ସଶକ୍ତି କରଣ ପାଇଁ ନଜସ୍ୱ ସମର୍ପିତ ଶ୍ରମକୁ ସାକାର କରିବାପାଇଁ ସଦା ସର୍ବଦା ଉଜ୍ଜୀବିତ ରହିବା ପାଇଁ ଅନୁରୋଧ କରିଥିଲେ। ପ୍ରାରମ୍ଭ ରେ ଶୁଭଶ୍ରୀ ଭୁକ୍ତା ସ୍ଵାଗତ ସମ୍ଭାଷଣ ,ଚାନ୍ଦିନୀ ସାହୁ ପରିଚୟ ପ୍ରଦାନ, କରିଥିବା ବେଳେ ପ୍ରଗତିର ଅଧ୍ୟକ୍ଷ ଲୋକନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ। ସମ୍ପାଦିକା ତନୁଜା ଶତପଥୀ ପ୍ରଗତିର ନାରୀ ସଶକ୍ତି କରଣ ର ବିଭିନ୍ନ ପର୍ବର ପାଳନ ଓ ନମୁନା ଦେଇଥିଲେ। ସମ୍ମାନିତ ଅତିଥି ଭାଗବତ ପାଢ଼ୀ ରଜ ମଉଜ ର ପ୍ରାଚୀନତା ଏବଂ ଆଧୁନିକତା ର ଏକ ତୁଳନାତ୍ମକ ବିଚାର କରିଥିଲେ। ଅଧ୍ୟାପକ ଆର୍ତ୍ତତ୍ରାଣ ଚଇନି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର ବିଜୟୀ ମାନଙ୍କୁ ପ୍ରମାଣ ପତ୍ର ଓ ଆକର୍ଷଣୀୟ ପୁରଷ୍କାର ବିତରଣ କରାଯାଇ ଥିଲା। ଶେଷରେ ରଜଦୋଳି ଗୀତ ସହ ସମସ୍ତ ଝିଅ ମହିଳା ଉପଭୋଗ୍ୟ ହୋଇଥିଲା। କର୍ଯ୍ୟ କ୍ରମକୁ ଶରତ କୁମାର ପ୍ରଧାନ,ପାୟଲ ପାତ୍ର, ପଲକ୍ ପାତ୍ର, ଚାନ୍ଦିନୀ ସାହୁ,
ପରିଚାଳନା କରିଥିଲେ

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button