
ପାରଳାଖେମୁଣ୍ଡି, ୩/୯: ଗଜପତି ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳରୁ ଜନସାଧାରଣଙ୍କ ହଜିଯାଇଥିବା ମୋବାଇଲ ନେଇ ମକଦ୍ଧମା ହୋଇଥିଲା ।
ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୀତେନ୍ଦ୍ର କୁମାର ପଣ୍ଡା ଓ ଡି ଏସ୍ ପି ସୁନିଲ୍ କୁମାର୍ ମାହାନ୍ତିଙ୍କ ଉପସ୍ଥିତ ରେ ଆଜି ଦିନ ୧୧ଘଣ୍ଟା ସମୟ ରେ ଏସପି କର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ ଯେ ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳରୁ ଗତ ୨ ମାସ ମଧ୍ୟରେ ସାଧାରଣ ଜନତା ଙ୍କ ବିଭିନ୍ନ ସ୍ଥାନରେ କୈାଣସି ବଶତଃ ହଜିଯାଇଥିଲା ମୋବାଇଲ ସେମାନେ ନିଜ ନିଜର ପରିଚୟ ପତ୍ର ଦେଖାଇବା ପରେ ସେମାନଙ୍କୁ ମୋବାଇଲ ଫେରସ୍ତ କରାଯାଇଛି ।
ଗଜପତି ଜିଲ୍ଲା ସାଇବର୍ ସେଲ୍ ଓ ବିଭିନ୍ନ ଥାନା ଅଧିକାରୀଙ୍କ ମିଳିତ ଉଦ୍ୟମ ରେ ସଫଳତା ଏହି ସଫଳତା ମିଳିଛି ବୋଲି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା କହିଥିଲେ l ସୁଚନା ଯୋଗ୍ୟ ଏହିକି ଯେ ହଜିଯାଇଥିବା ଏକ ପୋଲିସ କନେଷ୍ଟବଳଙ୍କ ମୋବାଇଲକୁ ମଧ୍ୟ ଆଜି ତାଙ୍କୁ ହସ୍ତାନ୍ତର କରାଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମ କୁ ସାଗର ସାହୁ ସମେତ ପୋଲିସ ବିଭାଗର କର୍ମଚାରୀ ମାନେ ପରିଚାଳନା କରିଥିଲେ ।