ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ
ନବରଙ୍ଗପୁର:-ନବରଙ୍ଗପୁର ଜିଲାରେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା। ଭୁବନେଶ୍ବର ପାଣିପାଗ କେନ୍ଦ୍ରର ସୂଚନା ପ୍ରକାରେ ଉତ୍ତର ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ -ବାଂଲାଦେଶ ଉପକୂଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।ଏହା ପ୍ରଭାବରେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଆରମ୍ବ ହୋଇଯାଇଛି। ଖାସକରି ଡାବୁଗାଁ ବ୍ଲକରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଲଛି। ମିଳିଥିବା ସୂଚନା ପ୍ରକାରେ ବଦଳିଗୁଡା ଏବଂ ପୂଜାରୀଗୁଡା ମଧ୍ୟରେ ଥିବା ବ୍ରିଜ ଭାଙ୍ଗିଯାଇଛି ଏବଂ ଆଖ ପାଖ ଅଂଚଳର ଧାନ, ମକା ଆଦି ଫସଲ ପ୍ରାୟତଃ ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି। ଏଭଳି ରାତିର ବର୍ଷା ରେ କେଲିଆ ଗ୍ରାମର ଆଶା ଦିଦିଙ୍କ ଘର ସହ ବ୍ଲକର ବିଭିନ୍ନ ଗ୍ରାମରେ କିଛି ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି। ସଖାଳ ଠାରୁ ବର୍ଷା କମିବାର ନା ନେଉ ନାହିଁ। ଡାବୁଗାଁ ଅଂଚଳରେ, ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି। ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର
