District

ଡାବୁଗାଁ ସାପ୍ତାହିକ ହାଟା ବା ଆରଏମସି ଅଞ୍ଚଳରୁ ଉଚ୍ଛେଦ ପାଇଁ ତହସିଲଦାରଙ୍କ କାର୍ଯ୍ୟାଳୟରେ ବୈଠକ

ଡାବୁଗାଁ ସାପ୍ତାହିକ ହାଟା ବା ଆରଏମସି ଅଞ୍ଚଳରୁ ଉଚ୍ଛେଦ ପାଇଁ ତହସିଲଦାରଙ୍କ କାର୍ଯ୍ୟାଳୟରେ ବୈଠକ

*ବି:ଦ୍ରୋ:- ଡାବୁଗାଁ ସାପ୍ତାହିକ ହାଟ ଅଂଚଳରୁ ଯଥାଶୀଘ୍ର ଆରମ୍ବ ହେବ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା*

ନବରଙ୍ଗପୁର :-ଡାବୁଗାଁ ସାପ୍ତାହିକ ହାଟ ପାଇଁ ଡଙ୍ଗରିଗୁଡା ମୌଜା ର ପ୍ଲଟ ନମ୍ବର ୧୯୪୧ କୁ କୋ-ଅପେରେଟିଭ୍ ବିଭାଗ କୁ ହସ୍ତାନ୍ତର କରିବା ପାଇଁ ଜବରଦଖଲ କରିଥିବା ବ୍ୟକ୍ତି ମାନଙ୍କୁ ଓଡ଼ିଶା ପ୍ରିଭେନସୋନ୍ ଅଫ୍ ଲେଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ ୧୯୭୨ ଅନୁସାରେ ପୂର୍ବରୁ ଦୁଇଥର ନୋଟିସ କରା ହୋଇଥିବା ସୂଚନା ମିଳିଛି ଏବଂ ଏହି ବିଷୟରେ ଆଲୋଚନା କରିବା ପାଇଁ ଡାବୁଗାଁ ତହସିଲଦାର ଗୀତା ମୁର୍ମୁଙ୍କ ନିର୍ଦେଶ କ୍ରମେ ଉକ୍ତ ଅଂଚଳରେ ଥିବା ଅଧିକାଂଶ ବ୍ୟକ୍ତି ଆଜି ତହସିଲଦାର କାର୍ଯ୍ୟାଳରେ ଉପସ୍ଥିତ ରହି ଆଲୋଚନା କରିଥିଲେ। ଏହି ଜବରଦଖଲ ଉଛେଦ ପୂର୍ବରୁ ଆଗାମୀ ମଙ୍ଗଳବାର ଦିନ ପୁଣିଥରେ ଆର ଏମ ସି କର୍ମଚାରୀଙ୍କ ଉପସ୍ଥିରେ ଡାବୁଗାଁ ଅଂଚଳର ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଡାବୁଗାଁ ତହସିଲରେ ଅଳଚନା କରାହେବ ବଳି ଡାବୁଗାଁ ତହସିଲଦାର ସୂଚନା ଦେଇଛନ୍ତି।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button