ନବରଙ୍ଗପୁରର ରାସ୍ତାଗୁଡ଼ିକର ହେବ ପ୍ରଶସ୍ତୀକରଣ

ନବରଙ୍ଗପୁରର ରାସ୍ତାଗୁଡ଼ିକର ହେବ ପ୍ରଶସ୍ତୀକରଣ
ଗୋବିନ୍ଦ ତ୍ରିପାଠୀ, ରିପୋର୍ଟ୍,ନବରଙ୍ଗପୁର
ଭୁବନେଶ୍ବର, ୧୧/୫ : ରାଜ୍ୟର ସାମଗ୍ରିକ ବିକାଶ ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠି (ସିଆରଆଇଏଫ) ଯୋଜନା ଅଧୀନରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ୧୦ଟି ଗୁରୁତ୍ବପୂର୍ଣ ପ୍ରକଳ୍ପ ନିମନ୍ତେ କୋଟିରୁ ଅଧିକ ଅର୍ଥରାଶି ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ବିଶେଷ କରି ରାଜ୍ୟର ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏଥିରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ-ଚନ୍ଦାହାଣ୍ଡି-ମାଲଗାଁ ରାସ୍ତାର ପ୍ରଶସ୍ତୀକରଣ ରହିଛି। ଏହି ରାସ୍ତାଟି ଚନ୍ଦାହାଣ୍ଡିରୁ ମାଲାଗାଁ କଳାହାଣ୍ଡି ସୀମାନ୍ତ ଯାଏଁ ୧୧କିମି ରାସ୍ତା ନିର୍ମାଣ କରାଯିବ।
ପୂର୍ତ୍ତବିଭାଗର ଏସଡିଓ ଇଂ ବିଶ୍ବରଂଜନ ଦେହୁରୀ କହିଛନ୍ତି, ଉମରକୋଟ-ଚନ୍ଦାହାଣ୍ଡି-ମାଲାଗାଁ ରାସ୍ତାର ୫୨/୦୦ କିଲୋମିଟରରୁ ୬୩/୭୯୬କିଲୋମିଟର ଯାଏଁ ୧୧କିମି ରାସ୍ତା ପ୍ରଶସ୍ତୀକରଣ କରାଯିବ। ପୂର୍ବରୁ ୫.୫ମିଟର ରାସ୍ତା ଥିବା ବେଳେ ୧୦ମିଟର ଚଉଡ଼ା ରାସ୍ତା ନିର୍ମାଣ ହେବ। ପୂର୍ତ୍ତବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଧପାଣି କହିଛନ୍ତି, ଏହି ୧୧କିଲୋ ମିଟର ମଧ୍ୟରେ ୪ଟି କଲଭର୍ଟ ପ୍ରଶସ୍ତ, ୩ଟି ନୂଆ କଲଭର୍ଟ ନିର୍ମାଣ ସହ ୨ଟି ବ୍ରିଜର ପ୍ରଶସ୍ତିକରଣ କରାଯିବ।
ଏହା ବାଦେ ଆଉ ଗୋଟିଏ ବ୍ରିଜର ପ୍ରଶସ୍ତିକରଣ ଏହି ଅନୁମଦନରେ ବାଦ୍ ବାଦ୍ ପଡ଼ିଥିବାରୁ ଏହାକୁ ବି ସାମିଲ କରିବାକୁ ବି ରାଜ୍ୟସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଥିବା କହିଛନ୍ତି ଅକ୍ଷଣଧୂକ୍ଷଣ ଯନ୍ତ୍ରୀ । ଏହି ରାସ୍ତା ପ୍ରଶସ୍ତୀକରଣ ହେବା ଦ୍ବାରା ଅଂଚଳର ଜନସାଧାରଣଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ର ରେ ନୂତନ ସୁଯୋଗ ସୃଷ୍ଟି ହେବ । ସୀମାନ୍ତ କଳାହାଣ୍ଡି ଜିଲ୍ଲାକୁ ଯିବା ପାଇଁ ଭଲ ରାସ୍ତାଟିଏ ନିର୍ମାଣ ହେବ | ଅପରପକ୍ଷରେ ସମ୍ପ୍ରତି ଉମରକୋଟରୁ ଚନ୍ଦାହାଣ୍ଡି ଯାଏଁ ରାସ୍ତା ନିର୍ମାଣ ଚାଳିଛି | ତେବେ ଚନ୍ଦାହାଣ୍ଡି ଘାଟି ୨କିଲୋମିଟରକୁ ବାଦ୍ ଦିଆଯା ଯାଇଛି। ତେବେ ଏହି କିଲୋମିଟର ମରଣଯନ୍ତା ଘାଟି ରାସ୍ତାର ପୁନଃରୁଦ୍ଧାର ଓ ପ୍ରଶସ୍ତୀକରଣ ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ନୂଆରେ ୧୨କୋଟିର ଡିପିଆର ପ୍ରସ୍ତୁତ କରି ଦିଆଯାଇଛି ବୋଲି କହିଛନ୍ତି ଇଂ ଦେହୁରୀ। ଏହା ଅନୁମୋଦନ ହୋଇ ଆସିଲେ ଉମରକୋଟରୁ ଚନ୍ଦାହାଣ୍ଡି ସୀମାନ୍ତ ଯାଏଁ ୬୩କିଲୋ ମିଟରର ନୂଆ ରାସ୍ତା ହେବ



