District

ପାଣି ପାଇଁ ଡହଳବିକଳ

ପାଣି ପାଇଁ ଡହଳବିକଳ

ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ୍, ବଲିଆପ।ଳ

କାଳିପଦା,୧୦/୫: ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାଣି ପାଇଁ ଡହଳବିକଳ ହେଉଛତି ଲୋକେ ଗ୍ରାମସ୍ଥିତ ନଳକୂପ ଆଗରେ ଗରା, ବାଲଟି ଧରି ଡହ ଡହ ଖରାରେ ବସିଲେ ମହିଳାମାନେ। ବାଲିଆପାଳ ବୃକ କୁଣ୍ଡୁଳି ପଞ୍ଚାୟତ ଇନ୍ଦିପଦା ଗ୍ରାମର ହରିଜନ ସାହିରେ ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି । ସାହିର ମହିଳାମାନେ ୨ କିମି ଦୂର ନଳକୂପ ଓ ପାଖରେ ଥିବା ଏକ ପୋଖରୀରୁ ପାଣି ଆଣି ବ୍ୟବହାର କରୁଛନ୍ତି। ପୋଖରୀ ପାଣି ବ୍ୟବହାର କରିବା ଦ୍ବାରା ଛୋଟ ପିଲା, ବୟସ୍କ ବ୍ୟକ୍ତି ରୋଗର ଶିକାର ହେଉଛନ୍ତି। ସମସ୍ୟା ସମାଧାନ ପାଇଁ ବାରମ୍ବାର ସ୍ଥାନୀୟ ସରପଞ୍ଚ, ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି କର୍ଣପାତ କରୁନାହାନ୍ତି। ଗ୍ରାମରେ ବସୁଧା ଯୋଜନାରେ ଅଳ୍ପ ସମୟ ଓ ନିର୍ଦ୍ଦିଷ୍ଟ ସମୟରେ ପାଣି ଆସୁଛି। ସେଥୁରୁ କିଛି ଗ୍ରାମବାସୀ ମୋଟର ଲଗାଇ ପାଣି ନେଉଛନ୍ତି। ଗ୍ରାମରେ ୩ଟି ସରକାରୀ ନଳକୂପ ଥିଲେ ମଧ୍ୟ

ଦୁଇଟି ଅଚଳ ହୋଇପଡ଼ିଛି । ଗୋଟିଏ ନଳକୂପରୁ ଆଇରନ ମିଶା ପାଣି ବାହାରୁଥିବାରୁ ଲୋକେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ସମସ୍ୟା ଦେଖାଦେଉଛି। ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମର ସୁଲୋଚନା ବେହେରା, ବାସନ୍ତୀ ରାଉଳ, ରେବତୀ ଦାସ, ଅନ୍ନପୂର୍ଣ୍ଣା ଦାସ, ବିଷ୍ଣୁପ୍ରିୟା ଦାସ, ଛବିରାଣୀ ଦାସ, ଜୟନ୍ତୀ ଦାସ, ମାଳତୀ ଦାସ, ସଂଯୁକ୍ତା ଧଳ, ମଡି ଧଳ, ଦମୟନ୍ତୀ ବେହେରା ପ୍ରମୁଖ ଦାବି କରିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button