ମାଥୁଲି ଥାନା ସମ୍ମୁଖରେ ଭୟଙ୍କର ସଡ଼କ ଦୁର୍ଘଟଣା, ବାପା-ପୁଅ ମୃତ, ୪ ଗୁରୁତର ଙ୍କୁ କୋରାପୁଟ ସ୍ଥାନାନ୍ତର ।

ମାଥୁଲି ଥାନା ସମ୍ମୁଖରେ ଭୟଙ୍କର ସଡ଼କ ଦୁର୍ଘଟଣା, ବାପା-ପୁଅ ମୃତ, ୪ ଗୁରୁତର ଙ୍କୁ କୋରାପୁଟ ସ୍ଥାନାନ୍ତର ।
ମାଥୂଲି, ମାଲକାନଗିରି,ଗୋବିନ୍ଦ ତ୍ରିପାଠୀ ରିପୋର୍ଟ୍
ମାଲକାନଗିରି ଜିଲ୍ଲାର ମାଥୁଲି ଥାନା ସମ୍ମୁଖରେ ଆଜି ଘଟିଥିବା ଏକ ଭୟ ଙ୍କର ସଡ଼କ ର୍ଘଟଣାରେ ବାପା ও ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି।
ସୂଚନା କୋରାପୁଟରୁ ମାଲକାନଗିରିକୁ ନିର୍ବନ୍ଧ କାର୍ଯ୍ୟ ସାରି ଫେରୁଥୂବା ଡିଜାର ଗାଡ଼ି ମାଥୂଲି ଥାନା ସମ୍ମୁଖରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କାର ତୀବ୍ରତ। ଏତେ ଅଧୂକ ଥୂଲା ଯେ ଗାଡ଼ିର ବୋଝେଇ ଟ୍ରକ ସାମ୍ନା ଭାଗ ଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା। I
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ও ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପରେ ମାଥୁଲି ଅଗ୍ନିଶମ ବିଭାଗ ও ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମାଥ୍ଲି ଉପକଣ୍ଠ ଚିକିତ୍ସାଳୟକୁ ପଠାଇଥିଲେ ।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ୧୧ମାସର ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ପୋଲିସ ଘଟଣାର ତଦନୁ ଆରମ୍ଭ କରିଛି। ପ୍ରାଥମିକ ଭାବେ ଗାଡ଼ି ନିୟନ୍ତ୍ରଣ ହରାଇବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।



