District

କେନ୍ଦୁପତ୍ର ଦେଉଛି ଆଦିବାସୀ ଲୋକଙ୍କୁ ରୋଜଗାର

କେନ୍ଦୁପତ୍ର ଦେଉଛି ଆଦିବାସୀ ଲୋକଙ୍କୁ ରୋଜଗାର

ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ,ନବରଙ୍ଗପୁର

ଝରିଗାଁ,୯/୫ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରେ କେନ୍ଦୁ ପତ୍ର ଋତୁ ଆସିଲେ ଆଦିବାସୀ ଗ୍ରାମାଞ୍ଚଳରେ ଲୋକଙ୍କ ପାଇଁ ରୋଜଗାର ବାଟ ପିଟୁଛି।ଏଥିପାଇଁ ମହିଳା ମାନେ ରାତି ପାଇଲେ ତୋଳିବା ପାଇଁ ଘରୁ ବାହାରି ନିକଟସ୍ତୁ ଜଙ୍ଗଳକୁ ଯାଇ କେନ୍ଦୁ ପତ୍ର ତୋଳି ଆଣୁଛନ୍ତି। ଘରେ ବସୀ ସେଗୁଡିକୁ ବିଡା କରି ବିକ୍ରି ପାଇଁ ପ୍ରସ୍ତୁତ କରୁଛନ୍ତି ।

କେନ୍ଦୁପତ୍ର ତୋଳାଳୀମାନେ ଓଡ଼ିଶାର ଅର୍ଥନୀତିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଋତୁ ଆସିଲେ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଅର୍ଥ ଉପାର୍ଜନର ଏକ ବଡ ବାଟ ଏହି କାମକରି ବହୁ ପରିବାର ଦୈନିକ ଆୟ କରି ପରିବାର ଚଳାଉଥିବା ତୋଳାଳି ମାନେ କହିଛନ୍ତି । କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ କେନ୍ଦୁ ପତ୍ର

ବିଗତ ସରକାର ବିଭିନ୍ନ ଯୋଜନା ପ୍ରଣୟ ନ କରିଥିବା ବେଳେ କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ଡବଲ ବୋନସ ଏବଂ ଝିଅ ବିବାହ ପାଇଁ ସରକାର ସହାୟତା ମିଳୁଥିବାରୁ ଗ୍ରାମାଞ୍ଚଳର ଲୋକେ ଆଗ୍ରହର ସହ କେନ୍ଦୁପତ୍ର ତୋଳିବା ପାଇଁ ରାତି ପାଇଲେ ଘରୁ ବାହାରି ଜଙ୍ଗଲ କୁ ଯାଇ କେନ୍ଦୁ ପତ୍ର ସଂଗ୍ରହ କରିଥାନ୍ତି। ଗୋଟିଏ ବିଡା ରେ

୫୦ଟି ପତ୍ର ରହୁଛି ୫୦ଟିର ସରକାର ମୂଲ୍ୟ ୩. ୨୦ ପଇସା ନିର୍ଦ୍ଧାରିତ ହୋଇଥିବା ବେଳେ ଜଣେ ଜଣେ ଶ୍ରମିକ ଦିନକୁ ୧୦୦ରୁ ୧୩୫ ବିଡା କରୁଛନ୍ତି । ସେମାନେ ଦିନକୁ ୩୦୦ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ଗରିବ ଆଦିବାସୀ ପରିବାର ପାଇଁ ଏହା ଏକ ବଡ଼ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ତାଙ୍କ ପେଟକୁ ଦାନ ଯୋଗାଇବାରେ ମୁଖ୍ୟ ଭୂମିକା ନେଇଛି । ଏଥର ବିଭାଗ ତରଫରୁ ୩ଲକ୍ଷ ବିଡା ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏ ସମ୍ପର୍କରେ ଚେକର ଲକ୍ଷ୍ମଣ ନାୟକ କହିଛନ୍ତି ଗତ କିଛି ଦିନ ହେଲା ଚଟା ଟାଗୁଡା, ନାୟକ ଗୁଡା, ପୂଜାରୀଗୁ ଡା, ଡ଼ଙ୍ଗାରୀଗୁଡା, କପାସାକୁ ଟାଳି ପାଞ୍ଚ ଗୋଟି ଗ୍ରାମର ୪୦ ଉର୍ଦ୍ଧ ଶ୍ର ମି କ ନି ୟୋଜି ତ ଥ୍ ବା ଦେଖ‌ିବାକୁ ମିଳିଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button