ବରପାଲିରେ ନକଲି ଖାଦ୍ୟସାମଗ୍ରୀ କାରଖାନା ଠାବ ପେପର୍ରୁ ତିଆରି ହେଉଥିଲା ଚୁଡ଼ା

ବରପାଲିରେ ନକଲି ଖାଦ୍ୟସାମଗ୍ରୀ କାରଖାନା ଠାବ ପେପର୍ରୁ ତିଆରି ହେଉଥିଲା ଚୁଡ଼ା
ପୋଡ଼ା ମୋବିଲ୍ରୁ ଖାଇବା ତେଲ
ଗୋବିନ୍ଦ ତ୍ରିପାଠୀ ରିପୋର୍ଟ୍
ବରପାଲି, ୮/୫: ବରପାଲିରେ ବିଭିନ୍ନ ପ୍ରକାରର ନକଲି ଚକୋଲେଟ୍, ବିସ୍କୁଟ, ମୃଦୁ ପାନୀୟ, ଖାଇବା ତେଲ, ଚୁଡ଼ା ଆଦି ତିଆରି କରି ବଜାରରେ ବିକ୍ରି କରି ମୁନାଫା କମାଉଥିବା ଏକ ନକଲି କାରଖାନା ଓ ଗୋଦାମକୁ ବୁଧବାର ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ବରପାଲି ସାପ୍ତାହିକ ବଜାର ରାସ୍ତାରେ ବିସ୍ତୀର୍ଣ୍ଣ ଅଞ୍ଚଳରେ ଥିବା ଏକ କୋଠାଘରେ ତିଆର ହୋଇ ବଜାରକୁ ଯାଉଥିଲା । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଉକ୍ତ ନକଲି ଖାଦ୍ୟ ସାମଗ୍ରୀ ନିର୍ମାଣ କାରଖାନା ଓ ଗୋଦାମ ଉପରେ ଚଢ଼ଉ କରି ପ୍ରସ୍ତୁତ ହୋଇ ବଜାରକୁ ଯିବାକୁ ଥିବା ବିପୁଳ ପରିମାଣର ସାମଗ୍ରୀ, ଆବଶ୍ୟକୀୟ ଯନ୍ତ୍ରପାତି, କଞ୍ଚାମାଲକୁ ଜବତ କରାଯାଇଛି। ପେପର୍ରୁ ଚୁଡ଼ା ନିର୍ମାଣ କରାଯାଉଥିବା ବେଳେ
ଏହା ସବୁ ତିଆରି ଫେରାର୍ ମାଲିକକୁ ଆଜିର ଖୋଜୁଛି ପୁଲିସ
ପୋଡ଼ା ମୋବିଲ୍ରୁ ଖାଇବା ତେଲ ଆଦି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଘରର ମାଲିକ କବାଟ ଖୋଲୁ ନଥିବାରୁ ତାଙ୍କ ବାସଗୃହକୁ ପୁଲିସ ଘେରି ରହିଥିବା ବେଳେ ପ୍ରସ୍ତୁତ କାରଖାନାକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା । ଏହି କାରଖାନାର ମାଲିକ ଅବିନାଶ ଅଗ୍ରୱାଲ, ଅଙ୍କିତ ଅଗ୍ରୱାଲ, ସୁମିତ ଅଗ୍ରୱାଲ ଫେରାର୍ ଥିବା ପୁଲିସ ସୂତ୍ରରୁ ଜଣା ଯାଇଛି । ଏହି ଚଢ଼ଉ ସମୟରେ ମ । ଜି ସ୍ପ୍ରେ ଟ୍ ଭାବରେ ବରପାଲି ତହସିଲଦ । ର ଋକ୍ମଣ ମେହେର, ପୁଲିସ ଇନ୍ସପେକ୍ଟର ପ୍ରମୋଦ ସାହୁ, ବରଗଡ଼ ଟାଉନ ଥାନା ଇନ୍ସପେକ୍ଟର ଚିତ୍ତରଞ୍ଜନ ମେହେର, ବରଗଡ଼ ଫୁଡ୍ ଇନ୍ସପେକ୍ଟର ପରମେଶ୍ଵର ନାୟକ, ସାନିଟାରୀ ଇନ୍ସପେକ୍ଟର ତେଜଭାନୁ ସାହୁ, ବରଗଡ଼ ଏମ୍ଟିସି ସୁଜିତ୍ ମଲ୍ଲିକଙ୍କ ସମେତ ବହୁ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।



