District

ବାଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ବୃଦ୍ଧା ଦମ୍ପତି

ବାଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ବୃଦ୍ଧା ଦମ୍ପତି

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ନବରଙ୍ଗପୁର, ୧/୫ ଅସହାୟ ଓ ବୃଦ୍ଧବୟସ୍କଙ୍କ ପାଇଁ ବାଦ୍ଧକ୍ୟ ଭତ୍ତା ଯୋଜନା କରିଥୁବା ବେଳେ, ଆଜି ମଧ୍ୟ ଅନେକ ପ୍ରକୃତ ହକଦାର ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖ‌ିବାକୁ ମିଳିଛି, ଉମରକୋଟ ବ୍ଲକ ଅଧୀନରେ ଥିବା ସେମଲା ପଞ୍ଚାୟତ ର ଦଡ଼ଦାସନୀ ଗାଁରେ । ଗାଁ ର ମୋହନ ଗଣ୍ଡ ଯାହାଙ୍କ ର ବୟସ ପ୍ରାୟ ୬୪ ବର୍ଷ ଏବଂ ତାଙ୍କ ସ୍ତ୍ରୀ ଜନକ ଗଣ୍ଠି ଯାହାଙ୍କ ବୟସ ୬୧ ବର୍ଷ ଏହି ଦୁଇ ବୃଦ୍ଧା ଦମ୍ପତି ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦ୍ବାରେ ଦ୍ବାରେ ଘୁରୁଥିଲେ,

(ସରକାରୀ ସହାୟତାକୁ ଅପେକ୍ଷା)

ମଧ୍ୟ କୌଣସି ସହାୟତା ପାଇ ପାରୁନାହାଁନ୍ତି । ବୟସର ଭାର, ଅସହାୟ ଅବସ୍ଥା ଓ ଆର୍ଥିକ ଦୁର୍ବଳତା ମଧ୍ୟରେ ଦୁଇବେଳା ଭୋଜନ

ଯୋଗାଡ଼ କରିବା ମଧ୍ୟ ଏମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି ଏହି ବୃଦ୍ଧା ଦମ୍ପତି ବହୁବାର ସ୍ଥାନୀୟ ପଞ୍ଚାୟତ ଓ ପ୍ରଶାସନ କାର୍ଯ୍ୟାଳୟକୁ

ଯାଇଥୁଲେ ମଧ୍ୟ, ଆଜିପର୍ଯ୍ୟନ୍ତ ତାଙ୍କ ନାମ ତାଲିକାରେ ସାମିଲ ହୋଇନାହିଁ । କାମ କରିବ।କୁ ଶାରୀରିକ ସମର୍ଥ୍ୟ ନଥୁବାରୁ ଦିନ କାଟିବା ମୁସ୍କିଲ ହୋଇପଡ଼ିଛି । ଘରୋଇ ଅବସ୍ଥା ଅତ୍ୟନ୍ତ ଦୟନୀୟ । ସରକାର ଯୋଜନା ଯେଉଁଠି ହକ‌ଦାରଙ୍କ ପାଖକୁ ପହଞ୍ଚିବା କଥା, ସେଠାରେ ପ୍ରକୃତ ଲୋକେ ଯଦି ବଞ୍ଚିତ ହୁଅନ୍ତି, ତେବେ ଯୋଜନାର ସଫଳତା ଉପରେ ପ୍ରଶ୍ନ ଉଠୁଛି ନିଶ୍ଚିତ । ତୁରନ୍ତ ଏହି ଦୃଦ୍ଧା ଦମ୍ପତିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ସୁବିଧା ଯେ। ଗାଇଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ଖବର ପ୍ରସ।ରଣ ପରେ ପ୍ରଶାସନ କେବେ ଏହି ବୃଦ୍ଧା ଦାମ୍ପତିଙ୍କ ଉପରେ ଦୃଷ୍ଟି ଦେଉଛି, ଦେଖୁବାକୁ ବାକି ରହିଲା ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button