District

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ନିଲମ୍ବିତ

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ନିଲମ୍ବିତ
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକ ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଛାତ୍ରୀ ଏବଂ ତାଙ୍କ ପରିବାର । ବିଜେଡି ନେତା ପ୍ରଦୀପ ମାଝୀଙ୍କ ସହିତ ପରିବାର ସଦସ୍ୟ ନବରଙ୍ଗପୁର ଥାନାରେ ଏତଲା ଦାୟର କରିଛନ୍ତି । ଗତ ଏପ୍ରିଲ ୧୫ ତାରିଖ ରାତିରେ ସ୍କୁଲର ୫ ଜଣ ଛାତ୍ରୀ ଓଆରସ ପିଇବା ପାଇଁ ଯାଇଥିବା ବେଳେ ସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ ଷଡଙ୍ଗୀ ଅନ୍ୟ ଚାରି ଜଣଙ୍କୁ ଛାଡ଼ିବା ସହ କେବଳ ପୀଡିତା ଛାତ୍ରୀଙ୍କୁ ହାତ ଧରି ଟାଣିଥିଲେ ।ରୁମ ଭିତରକୁ ଡାକି ନାବାଳିକାଙ୍କ ଦେହର ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ଛୁଇଁବା ସହିତ ଟଣା ଓଟରା କରିଥିଲେ । ଏ ନେଇ ପିଡ଼ିତା ଓ ତାଙ୍କ ପରିବାର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି । କେବଳ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଜିଲ୍ଲା ମଙ୍ଗଳ ବିଭାଗ ଚୁପ ରହିଗଲା ବୋଲି ଅଭିଯୋଗ ହୋଇଥିଲା ।
ଶେଷରେ ବାଧ୍ୟ ହୋଇ ନ୍ୟାୟ ପାଇଁ ନବରଙ୍ଗପୁର ଥାନାରେ ଏତଲା ଦାୟର କରିଥିବା ପ୍ରକାଶ କରିଛନ୍ତି ତାଙ୍କ ପରିବାର ଲୋକ।ଅପରପକ୍ଷରେ ଏ ଘଟଣା ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ସ୍କୁଲ କମିଟିର ତଦନ୍ତ ପରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି। ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button