District

୨୭ ରୁ ଜୁନ ୧୭ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା

୨୭ ରୁ ଜୁନ ୧୭ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ନବରଙ୍ଗପୁର , ୨୫/୪ : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୨୭ ରୁ ସ୍କୁଲ ଛୁଟି ଘୋଷଣା । ଏପ୍ରିଲ ୨୭ ରୁ ଜୁନ ୧୭ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟର ସମସ୍ତ ଅଙ୍ଗନବାଡି ଠାରୁ ଆରମ୍ଭ କରି ଯୁକ୍ତ ଦୁଇ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ କଲେଜ ବନ୍ଦ ରହିବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ I ଯଦି ଏ ସମୟରେ କୌଣସି ଶିକ୍ଷାନୁଷ୍ଠାନ ଖୋଲା ରଖନ୍ତି ତେବେ ସେ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି

କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସମୟରେ ଅନ୍ୟ ଜନଗଣନା ଭଳି ସରକାରୀ କାର୍ଯ୍ୟ ଥିବାରୁ ଶିକ୍ଷକ ମାନେ ନିଜ ନିଜ ସୁରକ୍ଷା ଜନିତ ସତର୍କତା ମୂଳକ ପଦକ୍ଷେପ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା | ନବରଙ୍ଗପୁର ଗସ୍ତ ସମୟ ରେ ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button