ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ

ମଇଦଲପୁର ସେକ୍ସନ ବନପାଳ ନିଲମ୍ବି

ନବରଙ୍ଗପୁର:ବେଆଇନ ଗଛ କଟା, ଆର୍ଥକ ଅନିୟମିତତ ଅଭିଯୋଗରେ ଶୁକ୍ରବାର ନବରଙ୍ଗପୁର ଜିଲା ମଇଦଲପୁର ସେକ୍ସନ ବନପାଳ ବିପିନ କୁମାର ହରିଜନଙ୍କୁ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଉଦୟନ ସୁବୁଦ୍ଧି ନିଲମ୍ବନ କରିଛନ୍ତି। ବନପାଳ ହରିଜନ ପୂର୍ବରୁ ଝରିଗାଁ ରେଞ୍ଜ ଅଧୀନ ମୋହରା ସେକ୍ସନ ଦାୟିତ୍ଵରେ ରହିଥ‌ିବା ସମୟରେ ଦେଓବନ୍ଧରୁ ଜମାଦାରପଡ଼ା ରାସ୍ତାରେ ବେଆଇନ ଭାବେ ୟୁକାଲିପଟାସ ଗଛ କଟାଯିବା ଏବଂ ମୋହରା ସେକ୍ସନର ଦାୟିତ୍ଵରେ ଥିବା ସମୟରେ ବେଆଇନ ଆର୍ଥକ କାରବାର କରିଥିବା ନେଇ ପ୍ରମାଣ ମିଳିଥିଲା। ଉକ୍ତ ବିଷୟରେ ପୂର୍ବରୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନବରଙ୍ଗପୁର ବନଖଣ୍ଡ ଅଧିକାରୀ ସୁବୁଦ୍ଧି ଚିଠିରେ ଉଲେଖ କରିଛନ୍ତି ଛନ୍ତି।ନିଲମ୍ବନ ସମୟରେ ସେ ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ରହିବ।ସକ୍ଷମ ଅଧିକାରୀଙ୍କ ଅନୁମତି ବିନା ସେ ମୁଖ୍ୟାଳୟ ଛାଡି ପାରିବେ ନାହିଁ।ଏହି ସମୟରେ ସେ Orissa Service Code ର Rule 90 ଅନୁଯାୟୀ ଭରଣପୋଷଣ ଭତ୍ତା (Subsistence Allowance) ପାଇବେ।ଏହାଶହ *ମେମୋ ନଂ 5381 ଏବଂ 5382:*ପ୍ରକାରେ ଏହି ଆଦେଶର କପି ଡାବୁଗାଁ ରେଞ୍ଜ ଅଫିସର ଏବଂ କୋରାପୁଟ RCCF ଙ୍କୁ ଅବଗତି ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଯାଇଛି। ଡାବୁଗାଁ ରେଞ୍ଜ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେ ଶ୍ରୀ ହରିଜନଙ୍କୁ ତୁରନ୍ତ ରିଲିଭ୍ କରି ନବରଙ୍ଗପୁରରେ ରିପୋର୍ଟ କରିବେ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Leave a Reply

Your email address will not be published. Required fields are marked *