*କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*
ଡାବୁଗାଁ ବ୍ଲକ ଅନ୍ତର୍ଗତ କେଲିଆ ଶୈବପୀଠ ରେ କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେଲିଆ ମନ୍ଦିର ଉନ୍ନୟନ କମିଟି ସଂପାଦକ ଦେବରାଜ ପାତ୍ର, କୋଷାଧ୍ୟକ୍ଷ ଜି ସାଇ ରାଜୁ, ଜିଲ୍ଲା ବିଜେପି ସଂପାଦକ ଜେ ରାଜଶେଖର ରାଓ, ଆଇନଜୀବି ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ବରିଷ୍ଠ ନେତା ସୋମନାଥ ପୂଜାରୀ, ଧର୍ମାନନ୍ଦ ନାୟକ, ଜି କିରଣ କୁମାର, ଭାଗୀରଥି ମାଝୀ, ପଦମ ମାଝୀ , ଯୁଦ୍ଧେଷ୍ଟିର ଗଣ୍ଡ ଏବଂ ମନ୍ଦିର ସହ ସଂପୃକ୍ତ ପୂଜାରୀ ଓ ସେବକ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ଦିର ର ବିକାଶ ପାଇଁ ଆଲୋଚନା କରାଯାଇ ଥିଲା। ଏଥି ପୂର୍ବରୁ ସାଂସଦ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ବରିୟ ବିଶ୍ଵ ବିଦ୍ୟାଳୟ ର ଭଉଣୀ ମାନଙ୍କ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର
