ଆକସ୍ମିକ କ୍ଷେତ୍ର ପରିଦର୍ଶନ କରି ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ବାଇଁ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ସାନମସିଗାଁ 

ଆକସ୍ମିକ କ୍ଷେତ୍ର ପରିଦର୍ଶନ କରି ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ବାଇଁ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ସାନମସିଗାଁ

 

ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ୍ ନବରଙ୍ଗପୁର

 

 

ନବରଙ୍ଗପୁର, ୨୧/୮: ନବରଙ୍ଗପୁର ଜିଲ୍ଲାରେ ସରକାରୀ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଉପଲବ୍ଧ ସେବାର ଗୁଣବତ୍ତା, ପରିଚାଳନା ବ୍ୟବସ୍ଥା ଏବଂ ଜନସାଧାରଣଙ୍କୁ ମିଳୁଥିବା ସୁବିଧାର ପଦାରଖ ପାଇଁ ଜିଲ୍ଲାପାଳ ଡ. ମହେଶ୍ଵର ସ୍ଵାଇଁ ନବରଙ୍ଗପୁର ବ୍ଲକର ବିଭିନ୍ନ ଅନୁଷ୍ଠାନକୁ ଆକସ୍ମିକ ପରିଦର୍ଶନ କରିଛନ୍ତି ! ଜିଲ୍ଲାପାଳ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଦିଗାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ ! ସେ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଭାବେ ଆଲୋଚନା କରି ସେମାନଙ୍କର ପାଠପଢ଼ା, ଶିକ୍ଷାଗତ ଅଗ୍ରଗତି ଓ ବିଦ୍ୟାଳୟରେ ମିଳୁଥିବା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ! ପ୍ରାଥମିକ ସ୍ତରରେ ଶିଶୁମାନଙ୍କର ମଜବୁତ ଭିଭିଭୂମି ସୃଷ୍ଟି ପାଇଁ ଗୁଣାତ୍ମକ ଓ ଶିଶୁକେନ୍ଦ୍ର ଶିକ୍ଷାଦାନ ଉପରେ ଜିଲ୍ଲାପାଳ ଗୁରୁଦ୍ୱାରୋପ କରିଥିଲେ ! ଏହା ସହିତ ଜିଲ୍ଲାପାଳ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ରୋଷେଇଘର ପରିଦର୍ଶନ କରି ସ୍ଵଚ୍ଛତା, ପରିମଳ ଓ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ତଦାରଖ କରିଥିଲେ ! ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ, ପୁଷ୍ଟିକର ଓ ଗୁଣାତ୍ମକ ମଧ୍ୟାହ୍ନ ଭୋଜନ ନ ଯୋଗାଇବା ସହିତ ରୋଷେଇଘର ଓ ଏହାର ପରିବେଶକୁ ସର୍ବଦା ସ୍ୱଚ୍ଛ ରଖିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ! ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ଆଲୋଚନା କରି ଶିକ୍ଷାଦାନର ମାନ ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅଧୂକ ଯନ୍‌ଶୀଳ ହେବାକୁ ପରାମର୍ଶ ଦେଇଥିଲେ ! ପରେ ଜିଲ୍ଲାପାଳ ସାନମୋସିଗାଁ ସ୍ୱାସ୍ଥ୍ୟକେନ୍ଦ୍ର ( ସିଏନ୍‌ସି ) ପରିଦର୍ଶନ କରି ସେଠାରେ ରୋଗୀ ସେବାର ସ୍ଥିତି ସମୀକ୍ଷା କରିଥିଲେ ! ଚିକିତ୍ସକ, ନର୍ସ ଓ ଅନ୍ୟାନ୍ୟ ସ୍ଵାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ମିଳୁଥିବା ସେବା, ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଅବଗତ ହୋଇଥିଲେ ! ଏଥିସହ ରୋଗୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନେ ପାଉଥିବା ଚିକିତ୍ସା ଓ ଅନ୍ୟାନ୍ୟ ସେବା ସମ୍ପର୍କରେ ମତାମଦ ନେଇଥିଲେ ! ଜିଲ୍ଲାପାଳ ସିଏନ୍ସିର କେନ୍ଦ୍ରୀୟ ଔଷଧ ଭଣ୍ଡାର ମଧ୍ଯ ନିରୀକ୍ଷଣ କରି ଆବଶ୍ୟକୀୟ ଔଷଧର ଧର ଉପଲବ୍ଧତା ପଲବ୍ଧତା ଓ ମହଜୁଦ ପରିମାଣ ଯାଞ୍ଚ କରିଥିଲେ ! ରୋଗୀମାନଙ୍କ ଚିକିତ୍ସାରେ ଯେପରି କୌଣସି ଆବଶ୍ୟକୀୟ ଔଷଧର ଅଭାବ ନ ହୁଏ, ସେଥ‌ିପାଇଁ ନିୟମିତ ଭାବେ ଔଷଧ ମହଜୁଦ ସ୍ଥିତି ଯାଞ୍ଚ କରି ଆବଶ୍ୟକତା ଅନୁଯାୟୀ ପୂର୍ବରୁ ଔଷଧ ଯୋଗାଣ ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ! ଏହା ପରେ ଜିଲ୍ଲାପାଳ ସାନମୋସିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପାଠପଢ଼ା ଓ ଶିକ୍ଷାଦାନ ସମ୍ପର୍କରେ ପଚ।ରି ନେଇଥିଲେ ! ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପାଇଁ ଥିବା ରୋଷେଇଘରର ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିଥିଲେ ! ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ଆଲୋଚନା ସମୟରେ ଜିଲ୍ଲାପାଳ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି, ନିୟମିତ ଉପସ୍ଥାନ ଏବଂ ବିଦ୍ୟାଳୟର ଭିଭିଭୂମିର ଉନ୍ନତି ଉପରେ ଗୁରୁତ୍ଵ ଦେଇଥିଲେ ! ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଶିକ୍ଷା ସହିତ ସେମାନଙ୍କର ନୈତିକ, ସାମାଜିକ ଓ ସୃଜନଶୀଳ ବିକାଶ ପାଇଁ ସମନ୍ବିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ! ଏହି ଆକସ୍ମିକ ପରିଦର୍ଶନ ମାଧ୍ୟମରେ ଜିଲ୍ଲାପାଳ ଡ. ମହେଶ୍ଵର ସ୍ଵାଇଁ ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସେବାଗୁଡ଼ିକର ଗୁଣବତ୍ତା ଏବଂ ସୁଚାରୁ ପରିଚାଳନାକୁ ସର୍ବାଧୂକ ପ୍ରାଥମିକତା ଦେଉଥିବା ସ୍ପଷ୍ଟ କରିଛନ୍ତି ! ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କୁ ସରକାରୀ ସେବାର ସର୍ବୋତ୍ତମ ସୁବିଧା ପହଞ୍ଚାଇବା ପାଇଁ ସମସ୍ତ ବିଭାଗୀୟ ଅଧ୍ବକାରୀ ଓ କର୍ମଚାରୀ ନିଷ୍ଠା, ବୋଧ ଓ ସମନ୍ବୟର ସହ ସହ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ଗୁରୁଦ୍ୱାରୋପ କରିଥିଲେ ।

Leave a Reply

Your email address will not be published. Required fields are marked *