ମଦ ବନ୍ଦ ଦାବିରେ ମହିଳାଙ୍କ ରଣହୁଙ୍କାର କୋଷାଗୁମୁଡା ବ୍ଲକ୍ ମଦେଇଗାଁ ପଞ୍ଚାୟତରେ ଗାଁ ଗାଁ ବୁଲିଲେ ମହିଳା

ମଦ ବନ୍ଦ ଦାବିରେ ମହିଳାଙ୍କ ରଣହୁଙ୍କାର କୋଷାଗୁମୁଡା ବ୍ଲକ୍ ମଦେଇଗାଁ ପଞ୍ଚାୟତରେ ଗାଁ ଗାଁ ବୁଲିଲେ ମହିଳା

ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ୍ ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା : ୨୧/୮ ବ୍ଲକ୍ ମଦେଇଗାଁ ପଞ୍ଚାୟତ ଘେରାଉ କରି ମଦ ବି ରୋଧରେ ଏବେ ଆରପାର ଲଢ଼େଇକୁ ଓହ୍ଲାଇଛନ୍ତି ମଦେଇ ଗାଁ ପଞ୍ଚାୟତର ମହି ଳାମାନେ। ପଞ୍ଚାୟତର ସରପଞ୍ଚଙ୍କ ସହଯୋଗରେ ମହିଳାମାନେ ଗାଁ ଗାଁ ବୁଲି ମଦ ବିକ୍ରି ଓ ମଦ୍ୟପାନ ବନ୍ଦ ପାଇଁ ଲୋକଙ୍କୁ ସଚେତନ କରିଛନ୍ତି । ମଦ ଯୋଗୁଁ ପରିବାରରେ ଅଶାନ୍ତି, ଆର୍ଥକ କ୍ଷତି ଓ ସାମାଜିକ ସମସ୍ୟା ବଢୁଥିବା ଅଭିଯୋଗ କରି ମହିଳାମାନେ ମଦ ବନ୍ଦ ପାଇଁ ଅଡ଼ି ବସିଛନ୍ତି । ମହିଳାମାନଙ୍କ କହିବା ଅନୁସାରେ, ମଦ ବିକ୍ରି ଜାରି ରହିଲେ ସେମାନେ ଘରେ ଘରେ ଯାଇ ମଦ ଠାବ କରିବା ସହ ମଦ ବିକ୍ରେତା ଓ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ପାଇଁ ପୋଲିସକୁ ଜଣାଇବେ। ତେବେ ଆଇନ ନିଜ ହାତକୁ ନନେଇ ପୋଲିସ ଓ ପ୍ରଶାସନର ସହଯୋଗ ନେବାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ମଦ ବନ୍ଦ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ରଛନ୍ତି।

Leave a Reply

Your email address will not be published. Required fields are marked *