NationNawarangpurOdishaPolitics

ହଟିଲା ଆନ୍ଦୋଳନ, ଆଜିଠୁ ସହର ସଫେଇ କାମ ସ୍ବାଭାବିକ

ବିଭିନ୍ନ‌ ଦାବିରେ ୫ଦିନ ଧରି ଆନ୍ଦୋଳନ ଚଳାଇଥୁଲେ ସଫେଇ କର୍ମଚାରୀ

ଉମରକୋଟ, ୧୬/୬: ଦରମା ବୃଦ୍ଧି ଓ ଅନ୍ୟ ସୁବିଧା ଦାବିରେ ନବରଙ୍ଗପୁର ଜିଲା ଉମରକୋଟ ପୌର ପରିଷଦର ସଫେଇ କର୍ମଚାରୀମାନେ ୫ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିଲେ। କାଉନ୍‌ସିଲର ଓ ନିର୍ବାହୀ ଅଧୁକାରୀମାନେ ସେମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସୋମ‌ବାର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି | ଏହାପରେ ସୋମବାର ସହରର କିଛି ସ୍ଥାନରେ ସଫେଇ କାମ ଆରମ୍ଭହୋଇଛି। ମଙ୍ଗଳବାରଠାରୁ ସହରରେ ସଫେଇ କାର୍ଯ୍ୟ ପୁନର୍ବାର ସ୍ବାଭାବିକ ହେବ

ପ୍ରକାଶ ଯେ, ଗତ ୫ ଦିନ ହେଲା ଉମରକୋଟ ପୌର ପରିଷଦ ସଫେଇ କର୍ମଚାରୀ ଦରମା ବୃଦ୍ଧି, ଦରମା ଠିକ୍ ଭାବେ

ପୁରୁଣା ବସଷ୍ଟାଣ୍ଡଠାରେ ଥିବା ଆବର୍ଜନାକୁ ସଫେଇ କର୍ମଚାରୀମାନେ ଉଠାଉଛନ୍ତି।

ଦେବା, ସଫେଇ ସମୟରେ ଆବଶ୍ୟକ ପଢୁଥିବା ଉପକରଣ ପ୍ରଦାନ ଦାବିକରି କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲେ। ଫଳରେ ସହର ସାରା କୁଢ଼କୁଢ଼ ଅଳିଆ ଓ ଆବର୍ଜନା ପଡ଼ିରହି ଦୁର୍ଗନ୍ଧ ହେଉଥିଲା। ବିଶେଷକରି ପୁରୁଣା ବସଷ୍ଟାଣ୍ଡରେ ପଡ଼ିଥିବା ଅଳିଆ ଆବର୍ଜନା ଯୋଗୁ ସ୍ଥାନୀୟ ବାସିନ୍ଦା ଓ ବାହାରୁ ଆସିଥିବା ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ କିଛି ଜିଲାରେ ଝାଡ଼ାବାନ୍ତି ବ୍ୟାପି ଥିବାବେଳେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ପ୍ରଶାସନର ଚିନ୍ତା ବଢ଼ାଇଥିଲା। ଲୋକଙ୍କ ସୁବିଧା ପାଇଁ ବରିଷ୍ଠ କାଉନ୍ସିଲର ତପନ କୁମାର ଦେବନାଥ, ମୁନା ପାଢ଼ୀ, ଚିତ୍ତରଞ୍ଜନ ପାତ୍ର ଓ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ପୌର ପରିଷଦ କାର୍ଯ୍ୟଳୟରେ ସଫେଇ କର୍ମଚାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ୨୩ ତାରିଖରେ ସଫେଇ କର୍ମଚାରୀଙ୍କ ୨ ଜଣ ପ୍ରତିନିଧ୍, କେତେଜଣ କାଉନସିଲର ଓ ନିର୍ବାହୀ ଅଧିକାରୀ ଭୁବନେଶ୍ବର ଯାଇ ସେଠାରେ ଗୃହ ଓ ନଗର ଉନ୍ନୟନ ବିଭାଗର

ଅଧିକାରୀଙ୍କ ସହ ଆଲୋଚନା କରି କୁଶଳୀ ଓ ଅଣକୁଶଳୀ ସଫେଇ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଆଲୋଚନା କରିବେ। ଏଥିରେ ସଫେଇ କର୍ମଚାରୀମାନେ ରାଜି ହୋଇଥିଲେ। ତୁରନ୍ତ କାଉନସିଲର ଓ ପୌରନିର୍ବାହୀଅଧିକାରୀଙ୍କ ଉପସ୍ଥିତିରେ ପୁରୁଣା ବସଷ୍ଟାଣ୍ଡଠାରେ ଥିବା ଆବର୍ଜନାକୁ ସଫେଇ କର୍ମଚାରୀମାନେ ସଫା କରି ଦେଇଥିଲେ। ମଙ୍ଗଳବାର ସହରରେ ସଫେଇ କାର୍ଯ୍ୟ ସ୍ବାଭାବିକ ଆସିଯିବ ବୋଲି ନିର୍ବାହୀ ଅଧିକାରୀ ଅନୁଗୁଳିଆ କହିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button