District

ପାରଳାଖେମୁଣ୍ଡି ର ବନ୍ଦନା ନାୟକ ପ୍ରଥମ ଚେଷ୍ଟାରେ ଓଡିଶା ସିଭିଲ ‌ ସର୍ଭିସରେ କୃତକାର୍ଯ୍ୟ ହେଲେ

ପାରଳାଖେମୁଣ୍ଡି ର ବନ୍ଦନା ନାୟକ ପ୍ରଥମ ଚେଷ୍ଟାରେ ଓଡିଶା ସିଭିଲ ‌ ସର୍ଭିସରେ କୃତକାର୍ଯ୍ୟ ହେଲେ

ପାରଳାଖେମୁଣ୍ଡି:୨୭/୫(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବନ୍ଦନା ପ୍ରଥମ ଚେଷ୍ଟାରେ ଓଡିଶା ସିଭିଲ ‌ ସର୍ଭିସରେ କୃତକାର୍ଯ୍ୟ ହୋଇଥିବା ସୂଚନା ମିଳିଛି. ସେ ପ୍ରଥମ ଥର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଦେଇଥିଲେ। ଆଉ ପ୍ରଥମ ଥରରେ ହିଁ ମିଳିଛି ତାଙ୍କୁ ସଫଳତା। ପାରଳାଖେମୁଣ୍ଡି ସହରର ୧୫ ନମ୍ବର ୱାର୍ଡ ଗାନ୍ଧୀନଗର ନିବାସୀ ବନ୍ଦନା ରାଣୀ ନାୟକଙ୍କୁ ମିଳିଛି ୧୯୦ ରାଙ୍କ୍। ବନ୍ଦନା ସ୍ଵର୍ଗତ ନଟବର ନାୟକଙ୍କ କନିଷ୍ଠ କନ୍ୟା ଅଟନ୍ତି ତାଙ୍କ ମା’ ରାଧାଦେବୀ ନାୟକ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ କରଡ଼ାସିଂ ଗ୍ରାମରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ବନ୍ଦନାଙ୍କ ଏହି ସଫଳତା ପାଇଁ ତାଙ୍କ ମା ଅତ୍ୟନ୍ତ ଆନନ୍ଦିତ ହୋଇ କହିଛନ୍ତି, ଲୋକଙ୍କ ସେବା ପାଇଁ ମୋ ଝିଅ କାର୍ଯ୍ୟ କରି ସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ ରଖିବ. ବନ୍ଦନା ନିଜ ମା’ ଏବଂ ବଡ଼ ଭଉଣୀଙ୍କ ସହିତ ଗୁରୁଜୀ ଗୁରୁମାଙ୍କୁ ଏହାର ଶ୍ରେୟ ଦେଇଛନ୍ତି। ପାରଳାଖେମୁଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ଛାତ୍ରୀ ବନ୍ଦନା ୨୦୧୬ରେ ମାଟ୍ରିକ୍ ପାସ୍ ପରେ ସେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପଢ଼ିଥିଲେ। ପରେ ସେ ରମାଦେବୀରେ ବିଏସ୍‌ସି ପଢ଼ିଥିବା ବେଳେ ଓପିଏସ୍‌ସି ପ୍ରଥମ ପଦାର୍ପଣରେ ସଫଳତା ହାସଲ କରିଛନ୍ତି। ବନ୍ଦନାଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି.

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button