ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ

*ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*
ନବରଙ୍ଗପୁର:-ଜାମୁଗୁଡା ଠାରେ ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦ ଦେବଙ୍କ ବିଜେସ୍ଥଳୀରେ ୩ ଦିନ ବ୍ୟାପି ବାବା ସଦଗୁରୁଦେବ ଅରକ୍ଷିତ ଓଝାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ ହେଲା l ଏହି କାର୍ଯ୍ୟକ୍ରମ ଜ୍ୟେଷ୍ଠ କୃଷ୍ଣପକ୍ଷ ଚତୁର୍ଥୀ ବୁଧବାର ଅଙ୍କୁରୋପଣ,କଳସ ଯାତ୍ରା ଓ ଅଧିବାସ,ରାସ ପରିବେଷଣ ଏବଂ ସନ୍ଧ୍ୟାଭଜନ ସହ ଆରମ୍ବ ହେଲା ଏବଂ ଶନିବାର ଦିନ ପୂର୍ଣ୍ଣ ଆହୁତି ସହ ସମ୍ପନ୍ନ ହେଲା ଏହି ବିଶ୍ୱାସାନ୍ତି ମହାଯଜ୍ଞ। ତିନିଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ରାଧେଶ୍ୟାମ ଅଗ୍ରୱାଲ,ବିଜୟ କୁମାର ମେହେଟା,ରାଜେଶ ଅଗ୍ରୱାଲ,ଭଗବାନ ବେହେରା,ତ୍ରିନାଥ ଲେଙ୍କା, ସୋନ୍ତସ ଦାସ, ମନ୍ଦିର ପୂଜକ ଅମିତାଭ ପଣ୍ଡା ପ୍ରମ୍ମୁଖ। ବିଶ୍ୱାସାନ୍ତି ମହାଯଜ୍ଞ ସହ ଭଜନ କୀର୍ତ୍ତନ ଏବଂ ହୋମ କରାଯାଇ ଥିଲା। ଭକ୍ତ ମାନଙ୍କ ପାଇଁ ଆୟୋଜିତ କମିଟି ତରଫରୁ ୩ଦୁନି ଅର୍ଣ୍ଣ ଭୋଗର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ତିନିଦିନ ଧରି ଚାଲିଥିବା ଏହି ଯାଜ୍ଞରେ ଜମଗୁଡା ଗ୍ରାମ ବାସି ସହ ଆଖ ପାଖ ଅଂଚଳର ୩ ହଜାର ରୁ ଉର୍ଦ୍ଧ ଭକ୍ତ ଏବଂ ସ୍ଥାନୀୟ ଅଂଚଳର ଜନସାଧାରଣ ଉପସ୍ଥିତି ଥିଲେ।



