ଜବାଗୁଡା ଗ୍ରାମରେ କାଳବୈଶାଖୀର ତାଣ୍ଡବ ତେନ୍ତୁଳି ଗଛପଡି 3ଟି ଘର ଭାଙ୍ଗିଲା ଅଲ୍ପକେ ବର୍ତ୍ତିଲେ ପରିବାର ବର୍ଗ

ଜବାଗୁଡା ଗ୍ରାମରେ କାଳବୈଶାଖୀର ତାଣ୍ଡବ ତେନ୍ତୁଳି ଗଛପଡି 3ଟି ଘର ଭାଙ୍ଗିଲା ଅଲ୍ପକେ ବର୍ତ୍ତିଲେ ପରିବାର ବର୍ଗ
ନବରଙ୍ଗପୁର :-ଡାବୁଗାଁ ବ୍ଲକ ଜବାଗୁଡା ଗ୍ରାମରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଅପରାହ୍ନ ରେ ଘଡଘଡି ସହ ପବନ ବର୍ଷା ହେବା ଯୋଗୁଁ ଭାଙ୍ଗିଲା ବିରାଟ କାୟ ତେନ୍ତୁଳି ଗଛ । ତେନ୍ତୁଳି ଗଛ ପଡିବାରୁ ୩ଟି ଘର ଭଙ୍ଗୀ ଯାଇଛି। ଘରଗୁଡିକ ହେଲା ଜବାଗୁଡା ଗ୍ରାମର ଜଗଦିଶ ଗୌଡ଼, ଦଶମତ ଗୌଡ଼ ଓ ସୁଦର ଗୌଡ଼ଙ୍କ। ଯାହାବି ହେଉ ଆଜି ମରଣ ମୁଖରୁ ଅଲ୍ପକେ ବର୍ତ୍ତିଯାଇଥିଲେ 3ଟି ପରିବାର । ଏଭଳି ହରିଜନ ସାହିର ସୁବାସ ମିର୍ଗାନଙ୍କ ଘରର ଆଜବେଷ୍ଟ ଟିଣ ଭାଙ୍ଗି ଯାଇଥିଲା ପବନ ବର୍ଷାରେ ଏବଂ ଘରର ଜିନିଷ ପାତ୍ର ନଷ୍ଟ ହୋଇଯାଇଛି। ଏହି ଘଟଣା ବିଷୟରେ ସୂଚନା ପାଇ ଘଟଣା ସ୍ଥଳରେ ଜବାଗୁଡା ପଂଚାୟତ ର ସରପଞ୍ଚ ରଘୁନାଥ ଭତ୍ରା ପହଞ୍ଚି ଏହାର ତଦନ୍ତ କରିଥିଲେ ଏବଂ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଡାବୁଗାଁ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ। ରିପୋଟ ପ୍ରିୟଦର୍ଶିନୀ ପାତ୍ର,ନବରଙ୍ଗପୁର



