District

ଡାବୁଗାଁ ଅଂଚଳରେ ସ୍ୱାମୀର ସୁନ୍ଦର ଏବଂ ନିରାମୟ ଜୀବନ ପାଇଁ ମହିଳା ମାନେ ପାଳିଲେ ସାବିତ୍ରୀ ବ୍ରତ

ଡାବୁଗାଁ ଅଂଚଳରେ ସ୍ୱାମୀର ସୁନ୍ଦର ଏବଂ ନିରାମୟ ଜୀବନ ପାଇଁ ମହିଳା ମାନେ ପାଳିଲେ ସାବିତ୍ରୀ ବ୍ରତ
ନବରଙ୍ଗପୁର :-ପବିତ୍ର ସାବିତ୍ରୀ ବ୍ରତ ଅବସରରେ ସମଗ୍ର ରାଜ୍ୟ ଚଳଚଞ୍ଚଳ ହୋଇଉଠିଥିବା ବେଳେ ଏଥିରୁ ବାଦ ପଡିନି ଡାବୁଗାଁ ଅଞ୍ଚଳ । ସଖାଲୁ ଉଠି ବିବାହିତା ମହିଳାମାନେ ଉପବାସ ଧାରଣ କରି ପୁଷ୍ପ ଫଳମୂଳ ସହ, ଶଙ୍ଖା, ସିନ୍ଦୁର ଧରି ବିଭିନ୍ନ ମନ୍ଦିର ଯାଇ ପୂଜା କରିବା ସହ ଘରମାନଙ୍କରେ ପବିତ୍ର ସାବିତ୍ରୀ ବ୍ରତ କଲେ। ସାବିତ୍ରୀ ନିଜର ପତିବ୍ରତା ବଳରେ ଯମରାଜଙ୍କ ଠାରୁ ସ୍ବାମୀ ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଥିଲେ । ଏଥିପାଇଁ ଆଜି ସଧବା ନାରୀମାନେ ସାବିତ୍ରୀ ବ୍ରତ ଧାରଣ କରି ପ୍ରଭୁଙ୍କ ନିକଟରେ ନିଜ ସ୍ବାମୀଙ୍କର ନିରୋଗ ତଥା ଦୀର୍ଘ ଜୀବନ କାମନା କରିଥାନ୍ତି।ବ୍ରତ ସରିବା ପରେ ମହିଳା ମାନେ ସ୍ୱାମୀଙ୍କ ଆଶ୍ରିବାଦ ନେଇ ଫଳମୂଳ ଖାଇଥିବା ମଧ୍ୟ ଦେଖିବାକୁ ମିଳିଲା।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button