District

ଡାବୁଗାଁ ଅଂଚଳରେ ମିଳୁନି ଡିଜେଲ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଲମ୍ବା ଧାଡି

ଡାବୁଗାଁ ଅଂଚଳରେ ମିଳୁନି ଡିଜେଲ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଲମ୍ବା ଧାଡି

ନବରଙ୍ଗପୁର:-ବର୍ତ୍ତମାନ ପେଟ୍ରୋଲ ପମ୍ପଗୁଡ଼ିକରେ ପ୍ରବଳ ଭିଡ଼ ଦେଖୁବାକୁ ମିଳୁଛି। ପେଟ୍ରୋଲ ଓ ଡିଜେର ସଙ୍କଟ ଏବେ ଚରମ ସୀମାରେ ପହଞ୍ଚିଛି । ରୋଷେଇ ଗ୍ୟାସ ପାଇଁ ଲୋକେ ଧାଡି ଲଗାଇବା ପରେ ଏବେ ପେଟ୍ରୋଲ ଡିଜେଲ ନେବା ପାଇଁ ଚାଲିଛି ପ୍ରତିଯୋଗିତା । ଲମ୍ବା ଧାତିରେ ଦାର୍ଘ ସମୟ ଧରି ଛିଡା ହୋଇ ତେଲ ପକାଉଛନ୍ତି |ଡାବୁଗାଁ ଅଞ୍ଚଳ ର ଅଧିକାଂଶ ପେଟ୍ରୋଲ ପମ୍ପରେ ତେଲ ସରିବାକୁ ବସିଲାଣି। ଅଂଚଳରେ ୪ ଟି ପେଟ୍ରୋଲ ପମ୍ପ ଥିବା ବେଳେ ୨ଟି ପେଟ୍ରୋଲ ପମ୍ପରେ ତେଲ ମିଳୁଛୁ | | ତାହା ପୁଣି ବାଇକ କୁ ୨୦୦ ଓ କାର କୁ ୫୦୦ ଟଙ୍କାରୁ ଅଧୂକ ଦିଆ ଯାଉନଥିବା ସୂଚନା ମିଳୁଛି । ଏଭଳି ସ୍ଥିତିରେ ଯେଉଁ କେତେକ ପେଟ୍ରୋଲ ପମ୍ପ ଖୋଲା ରହିଛି। ସେଠାରେ ଗ୍ରାହକଙ୍କର ଅସମ୍ଭାଳ ଭିଡ଼ ଦେଖ‌ିବାକୁ ମିଳୁଛି । ଲୋକଙ୍କୁ ପ୍ରାୟ ଘଣ୍ଟା ଘଣ୍ଟା କାଳ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ୁଛି । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଯାଇ ଲୋକଙ୍କୁ ତେଲ ମିଳୁଛି। ଆଗକୁ ପେଟ୍ରୋଲ ଡିଜେଲ ମିଳିବକି ନାହିଁ ଗ୍ରାହକମାନେ ସେହି ଆଶଙ୍କାରେ ଥିବାରୁ ପେଟ୍ରୋଲ ନେବା ପାଇଁ ଲମ୍ବା ଲାଇନ ରେ ରହୁଛନ୍ତି। ଆଗ ଭଳି ନିଜ ଇଚ୍ଛାରେ ତେଲ ମିଳୁନି। ଅଶୋଧୂତ ତୈଳ ଦର ବୃଦ୍ଧି ହେତୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତନ ଦେଖାଯିବା ଏକ ଚିନ୍ତାର ବିଷୟ । ପେଟ୍ରୋଲ ଡିଜେଲ ଦର ବଢ଼ିଲେ ପରିବହନ ଗାଡ଼ିର ଭଡ଼ା ବୃଦ୍ଧି ପାଇବ । ପରିବହନ ଖର୍ଚ୍ଚ ବଢ଼ିବା ଯୋଗୁଁ ବଜାରରେ ଫଳ, ପନି ପନିପରିବା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ମଧ୍ଯ ବୃଦ୍ଧି ପାଇବାର ଆଶଙ୍କା ଦେଖା ଦେଲାନି ।ତେଲ ଦର ବୃଦ୍ଧି ସିଧାସଳଖ ଭାବେ ସାଧାରଣ ଜନତାଙ୍କ ପକେଟ୍ ଉପରେ ଚାପ ପକାଇଥାଏ ଏବଂ ବଜାରରେ ସାମଗ୍ରି ମହଙ୍ଗା ମାଡ଼ ଦେଖାଯାଏ ।ତେଣୁ ଦେଶର ପ୍ରଧାନମନ୍ତ୍ରୀ ଙ୍କ ଆପିଲାକୁ ଅଣଦେଖା ନକରି ବର୍ତ୍ତମାନ ସାଧାରଣ ଜନତାଅଧ୍ୟ ସତର୍କତା ଅବଲମ୍ବନ କରି ଦେଶର ହିତ ପାଇଁ ଚିନ୍ତା କରିବା ସମୟ ଆସିଯାଇଛି। ରିପୋଟ ପ୍ରିୟଦର୍ଶିନୀ ପାତ୍ର,ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button