ବର୍ଷକରେ ୧୬୦୭ ଗର୍ଭବତୀଙ୍କ ସୁରକ୍ଷିତ ମାତୃତ୍ବ

ବର୍ଷକରେ ୧୬୦୭ ଗର୍ଭବତୀଙ୍କ ସୁରକ୍ଷିତ ମାତୃତ୍ବ
ଗୋବିନ୍ଦ ତ୍ରିପାଠୀ ରିପୋର୍ଟ୍, କୋରାପୁଟ
ନନ୍ଦପୁର, ୨୦/୫
ବିଶ୍ୱ ମାତୃଦିବସ ପାଳନ ପୂର୍ବରୁ ଗୃହ ପ୍ରସବ ଠାରୁ ଗର୍ଭବତୀଙ୍କୁ ଦୂରେଇ ରଖ୍ ସୁରକ୍ଷିତ ମାତୃତ୍ଵ ଦେବାକୁ କୋରାପୁଟ ଜିଲ୍ଲା ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କରାଯାଇଥିବା ଚେଷ୍ଟାରେ ୨୦୨୫-୨୬ ବର୍ଷରେ ୧୬୦୭ଜଣ ଗର୍ଭବତୀଙ୍କ ସୁରକ୍ଷିତ ମାତୃତ୍ଵ ଦେବାରେ ସଫଳତା ପାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଞ୍ଚଳରେ ପ୍ରସବ ସମୟରେ ହେଉଥିବା ମାତୃ-ଶିଶୁ ମତ୍ୟୁହାର ଶୂନ ରହିଥିବା ଡ. ଅମିତ୍ କୁମାର ସାହୁ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ନନ୍ଦପୁର ବ୍ଲକର ୨୩
ପଞ୍ଚାୟତ ଓ ଲମତାପୁଟ ବ୍ଲକର ଏକ ପଞ୍ଚାୟତକୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ନନ୍ଦପୁର ସିଏନ୍ସି ରହିଛି। ସିଏନ୍ସି ଅଧୀନରେ ପାଡ଼ୁଆ, କସନ୍ଦି, ବିଲାପୁଟ, ବନମାଳୀପୁଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୨୬ ଉପସ୍ବାସ୍ଥ୍ୟକେନ୍ଦ୍ର ରହିଛି। ସେଥିରୁ ନନ୍ଦପୁର ବ୍ଲକର ୧୯ ଉପସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ୨୦୩ ଦୁର୍ଗମ ଗ୍ରାମ ପାହାଡ଼, ରେଳଧାରଣା, ନଦୀ ନାଳ ପାଇଁ ରାସ୍ତା ଜନିତ ସମସ୍ୟା ଓ ନେଟୱର୍କ ଜନିତ ସମସ୍ୟାରେ ଥିବାରୁ ଉକ୍ତ ଗ୍ରାମକୁ ରୋଗୀ ବୁହାଯାନ ଅପହଞ୍ଚ ରହିଛି। ଏଥିପାଇଁ ସମସ୍ତ ୨୦୩ ଗ୍ରାମକୁ କେନ୍ଦ୍ରୀୟ ସମ୍ପୂର୍ଣ୍ଣା ଯୋଜନାରେ ସାମିଲ କରାଯାଇ ପ୍ରୋତ୍ସାହନ ବ୍ୟବସ୍ଥା ସହ ନନ୍ଦପୁରସ୍ଥିତ ମା’ ଗୃହରେ ଗର୍ଭବତୀଙ୍କୁ ଯତ୍ନର ସହ ରଖ୍ ସୁରକ୍ଷିତ ମାତୃ ଦେବାକୁ ବ୍ୟବସ୍ଥା କରାଯାଇଛି। ୨୦୨୫ ମେ ୧୦ରୁ ୨୦୨୬ ମେ’ ୯ ତାରିଖ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୩୧୦ ପାଡ଼ୁଆ ପିଏଚସି ରେ ୨୯୬, ବିଲାପୁଟ ପିଏଚସିରେ ୧ ସମୁଦାୟ ୧୬୦୭ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ମାତୃ ଦେବାରେ ସଫଳ ହୋଇଛି। ସେଥ୍ରୁ ସମ୍ପୂର୍ଣ ଯୋଜନା ଅଧୀନ ଗ୍ରାମର ୨୪୯ ଗର୍ଭବତୀଙ୍କୁ ମା’ ଗୃହକୁ ସପ୍ତାହେ ପୂର୍ବରୁ ଆଣି ରହିବା, ଖାଦ୍ୟପେୟ, ଚିକିତ୍ସା ଓ ପ୍ରସବ ସୁବିଧା ପ୍ରଦାନ କରାଯାଇଥିବା ଡ.ସାହୁ କହିଛନ୍ତି।
Mother’s Day
ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ
Happy mother’s Day♡



