୩୬୭୬ ପ୍ରକଳ୍ପ ଗାଏବ ! ତାତିଲେ ଜନପ୍ରତିନିଧି

୩୬୭୬ ପ୍ରକଳ୍ପ ଗାଏବ ! ତାତିଲେ ଜନପ୍ରତିନିଧି
ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ୍, ନବରଙ୍ଗପୁର
ଉନ୍ନୟନ କାମରେ ହସ୍ତକ୍ଷେପ କରୁଛନ୍ତି ବିଧାୟକଙ୍କ ପ୍ରତିନିଧି
ନବରଙ୍ଗପୁର,,୧୦/୫ ଦୀର୍ଘ ୬ମାସ ପରେ ବସିଥିଲା ଜିଲ୍ଲା ପରିଷଦ ବୈଠକା ଅଧ୍ୟକ୍ଷତା କରିଥିଲେ ଜିଲ୍ଲା ପରିଷଦ ସଭାପତି ମୋତିରାମ ନାୟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସାଂସଦ ପ୍ରତିନିଧି ସଦା ଭତରା, ଝରିଗାଁ ବିଧାୟକ ପ୍ରତିନିଧି ଜଗଦୀଶ ବିଷୋଇ, ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପାଧ୍ୟକ୍ଷା ଲିପିକା ବାରୋଇଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ, ବ୍ଳକ ଅଧ୍ୟକ୍ଷ ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। କିନ୍ତୁ ବୈଠକକୁ ଆସିନଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି, ଝରିଗାଁ ବିଧାୟକ ନରସିଂହ ଭତ୍ରା ଓ ଜିଲ୍ଲାପାଳ ଡ. ମହେଶ୍ବର ସ୍ବାଇଁ ।
ବୈଠକ ଆରମ୍ଭରୁ ହିଁ ସ୍ବାସ୍ଥ୍ୟ ଓ ରାସ୍ତା ସମସ୍ୟାକୁ ନେଇ ସରଗରମ ଆଲୋଚନା ହୋଇଥିଲା। ଉନ୍ନୟନମୂଳକ କାମରେ ଉମରକୋଟ ବ୍ଲକରେ ବିଧାୟକ ପ୍ରତିନିଧିଙ୍କ ହସ୍ତକ୍ଷେପ ଓ ଚନ୍ଦାହାଣ୍ଡି ବ୍ଲକରେ ଶାସକ ଦଳୀୟ ନେତାଙ୍କ ହସ୍ତକ୍ଷେପ ନେଇ ଅଭିଯୋଗ ଉଠିଥିଲା। ଜିଲ୍ଲା ପରିଷଦ ସଭ୍ୟ ଓ ବ୍ଳକ ଅଧ୍ୟକ୍ଷଙ୍କ ପ୍ରସ୍ତାବକୁ ପ୍ରଶାସନ କାହିଁକି ଗୁରୁତ୍ବ ଦେଉନି ବୋଲି ଜନପ୍ରତିନିଧି
ପ୍ରଶ୍ନ କରିଥିଲେ। ସାଂସଦଙ୍କଠାରୁ ଆରମ୍ଭକରି ବିଧାୟକ, ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତିସଭ୍ୟ ୪୭୫୪ଟି ପ୍ରକଳ୍ପ କରିବାକୁ ପ୍ରସ୍ତାବ ଦେଇଥିଲେ । ସେଥି ମଧ୍ୟରୁ ୧୦୭୮ଟି ପ୍ରକଳ୍ପ ରହିଥିବା ବେଳେ ବଳକା ୩୬୭୬ ପ୍ରକଳ୍ପ ଗୁଡ଼ିକୁ
ଜିଲ୍ଲା ପରିଷଦ, ବ୍ଲକ ଅଧ୍ୟକ୍ଷଙ୍କ ପ୍ରସ୍ତାବକୁ ଗୁରୁତ୍ବ ନାହିଁ ବୈଠକକୁ ଆସିଲେନି ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲାପାଳ
ବାଦ୍ ଦିଆଯାଇଛି। ଜିଲ୍ଲା ପରିଷଦ ବୈଠକରେ ବିଡିଓମାନେ ଅନୁପସ୍ଥିତ ରହୁଛନ୍ତି। ଆଜିର ବୈଠକରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ଝରିଗାଁ ବିଧାୟକ, ସାଂସଦ, ଜିଲ୍ଲାପାଳଙ୍କ ଅନୁପସ୍ଥିତିକୁ ନେଇ ଗୃହରେ ଜନପ୍ରତିନିଧିମାନେ ତାତିଥିଲେ। ସ୍ବାସ୍ଥ୍ୟ ବିଭାଗ ସଂପର୍କରେ ଆଲୋଚନା ବେଳେ ଡଙ୍ଗରଭେଜା ଡାକ୍ତରଖାନାର ୪ଟି କୋଠା କାହା ଅନୁମତିରେ ଭଙ୍ଗାଯାଇଛି। ସେଠାରେ ଲାଗିଥିବା ଏସି ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଗଲା କୁଆଡ଼େ
ବୋଲି ସଭ୍ୟ ଅରୁଣ ମିଶ୍ର ପ୍ରଶ୍ନ କରିଥିଲେ । ଏନେଇ ଥାନାରେ ତୁରନ୍ତ ଏତଲା ଦେବାକୁ ଏଡିଏମ୍ ନିର୍ଦ୍ଦେଶ ଦେଇଥିଲେ। କୋଷାଗୁମୁଡ଼ା ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ନଥିବା, ମୈଦଲପୁର ଓ ତୁମ୍ବର୍ଲା ଡାକ୍ତରଖାନା କୋଠା ନିର୍ମାଣ ନିମ୍ନମାନର ବୋଲି ସଭ୍ୟ ଡ.ଲିପିକା ମାଝୀ ଅଭିଯୋଗ କରିଥିଲେ। ଡିଏଚଏଚରେ ଆଉଟସୋସିଂ ନିଯୁକ୍ତିରେ ଅନିୟମିତତା ଓ ଗାଁ କଲ୍ୟାଣ ସମିତି ଟଙ୍କାର ହେରଫର ହୋଇଛି ବୋଲି ବିଧାୟକ ଅଭିଯୋଗ କରିଥିଲେ । ଡାକ୍ତରମାନେ ନିରାମୟ ଔଷଧ ଲେଖିବା ବଦଳରେ ବାହାର ମେଡିକାଲର ଔଷଧ
ଲେଖୁଥିବା ସଭ୍ୟ ରତିକାନ୍ତ ପଣ୍ଡା ଅଭିଯୋଗ କରିଥିଲେ। ଉମରକୋଟରେ ଅଲଟ୍ରାସାଉଣ୍ଡ ମେସିନ୍ କାମ କରୁନଥିବା ସଭ୍ୟ ଚନ୍ଦନ ରାୟ, ଡାଳିମ୍ବ ଭତ୍ରା ଅଭିଯୋଗ କରିଥିଲେ । ସେହିପରି ଆରଡି ବିଭାଗର ରାସ୍ତା ଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ନିର୍ମାଣ ହେଉଛି ବୋଲି ଅଭିଯୋଗ ଉଠିଥିଲା ଚନ୍ଦାହାଣ୍ଡିର ଫଟକି-ଦାଡିଆଗୁଡ଼ା ରାସ୍ତା ନିର୍ମାଣ କାହିଁକି ହେଉନି ବୋଲି ସଭ୍ୟା ବର୍ଷାରାଣୀ ପଟେଲ ପ୍ରଶ୍ନ କରିଥିଲେ |



