ସଂଘର୍ଷର ଅନ୍ୟ ନାଁ ଗୀତାଞ୍ଜଳି ମ। ପ।ଇଁ ଦିନଟି ଏ

ସଂଘର୍ଷର ଅନ୍ୟ ନାଁ ଗୀତାଞ୍ଜଳି ମ। ପ।ଇଁ ଦିନଟି ଏ
ଗୋବିନ୍ଦ ତ୍ରିପାଠୀ ରିପୋର୍ଟ୍, ନବରଙ୍ଗପୁର
ଉମରକୋଟ,୧୦/୫: ଦିନ ଥିଲା ଘର ଅଗଣା ହସଖୁସିରେ ଫାଟି ପଡ଼ୁଥିଲା ଗୀତାଞ୍ଜଳି ଦଳେଇଙ୍କ ପରିବାର। ସ୍ବାମୀ, ଶାଶୂ, ୨ ପୁଅ ଓ ଗୋଟିଏ ଝିଅକୁ ନେଇ ଦୁଃଖସୁଖରେ ଗଡ଼ୁଥିଲା ସଂସାର ରଥ।
ହଠାତ ମାଡ଼ିଆସିଥିଲା ବିପଦ । ଆଗପଛହୋଇ ଆରପାରିକୁ ଚାଲିଗଲେ ସ୍ବାମୀଯୁଗଳ ଦଳେଇ ଓ ପୁଅ ସାଗର।
ପରିବାରର ୨ ରୋଜଗାରିଆ ସଦସ୍ୟଙ୍କୁ ହରାଇ ଏବେ ରୋଗୀଣା ଶାଶୁ, ଦିବ୍ୟାଙ୍ଗ ପୁଅ ଓ ଝିଅକୁ ନେଇ ବଞ୍ଚିବା ଲାଗି ସଂଘର୍ଷ କରୁ ଛନ୍ତି ଗୀତାଞ୍ଜଳି।
ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଝରିଗାଁ ରୋଡ୍ରେ ଗୀତାଞ୍ଜଳିଙ୍କ ଘର । ସ୍ବାମୀ ଯୁଗଳ ଭଲ ଥିବାବେଳେ ପରିବାର ବେସ୍ ହସଖୁସିରେ ଚଳୁଥିଲା। ବ୍ୟବସାୟରେ ମିଳୁଥିବା ଲାଭରୁ ପରିବାର ୬ ପ୍ରାଣୀଙ୍କ ପେଟକୁ ଦାନା ମିଳୁଥିଲା । ବିଧବା ବୁଢୀମାଆଙ୍କ ଔଷଧ ଖର୍ଚ୍ଚଠୁ ଆରମ୍ଭ କରି ପିଲାଙ୍କ ପାଠପଢା ଚାଲିଥିଲା । ବଡ଼ପୁଅ ସାଗର।
ଆଗପଛ ହୋଇ ଚାଲିଗଲେ ସ୍ବାମୀ- ପୁଅ
ମୁଣ୍ଡ ଉପରେ ଦିବ୍ୟାଙ୍ଗ ପୁଅ, ଝିଅ, ରୋଗୀଣା ଶାଶୂଙ୍କ ଦାୟିତ୍ବ
ପୁଅ ସମୀର ଜନ୍ମରୁ ଦିବ୍ୟାଙ୍ଗ । କଥା କହିପାରନ୍ତି କି ଶୁଣିପାରନ୍ତିନି। ଝିଅ ସୋନାଲି ସବୁଠୁ ସାନ ହୋଥିବାରୁ ଗେଲବସରରେ ବଢ଼ୁଥିଲା । ସବୁ ଠିକଠାକ ଚାଲିଥିବା ବେଳେ ଘର ମୁରବୀ ଯୁଗଳ ଅସୁସ୍ଥହୋଇପଡ଼ିଥିଲେ। ଚିକିତ୍ସା ପରେ ବି ସୁଫଳ ମିଳିନଥିଲା। ଶଯ୍ୟାଶାୟୀ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା । ବାଧ୍ଯ ହୋଇ ପଦାକୁ ଗୋଡ଼ କାଢିଥିଲେ ଗୀତାଞ୍ଜଳି। ପରିବାର ଚଳାଇବାଟ। ଅଓ୍ୱା ମିଳିଥିଲେ । ଏକ ଘରୋଇ ସ୍କୁଲ
ଦିନ ଏସହାୟିକା ଭାବେ କାମ ଆରମ୍ଭ କରିଥିଲେ । ପ୍ରତିଦିନ ମଧ୍ୟାହ୍ନ ୧୨ଟା ପରେ ସ୍କୁଲରୁ ଫେରି ଘରକାମରେ ଲାଗି ପଡ଼ୁ ଥିଲେ। ମାସିକ ମିଳୁଥିଲା ପ୍ରାୟ ୩ ହଜାର ଟଙ୍କା । ସେଥିରେ ଘର ଦୁଃଖକଷ୍ଟରେ ଚଳୁଥିଲା। ମାଆଙ୍କ ଦୁଃଖ ଦେଖି ନପାରି ବଡ଼ପୁଅ ସାଗର ଅଧାରୁ ପାଠ ଛାଡ଼ିଥିଲେ। ରୋଜଗାର ଆଶାରେ ହାଇଦ୍ରାବାଦ କାମ କରିବାକୁ
ବାହାରିଥିଲେ । ବାପାଙ୍କ ଦେହାନ୍ତ ପରେ ଆବାସ ଯୋଜନାରେ ଆସିଥିବା ଟଙ୍କା ସହ ନିଜେ ରୋଜଗାର କରିଥିବା କିଛି ଟଙ୍କା ମିଶାଇ ଘର ଉଠିଆ କରିବେ ବୋଲି ଗାଁକୁଫେରିଆସିଥିଲେ। ବିଧିର ବିଧାନ ଥିଲା ଅଲଗା।
ଗତ ଜାନୁଆରୀରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିଲା। ସ୍ଵାମୀଙ୍କ ପରେ ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଗୀତାଞ୍ଜଳି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ପରିବାର ଚଳାଇବା ଲାଗି ପୁଣି ଅଣ୍ଟା ସଳଖିବା ଆରମ୍ଭ କରିଥିଲେ । ସବୁ କଷ୍ଟକୁ ଛାତିରେ ଚାପି ରୋଗୀଣା ଶାଶୂ, ଦିବ୍ୟାଙ୍ଗ ପୁଅ ଓ ସାନ ଝିଅଙ୍କ ପେଟକୁ ଆହାର ଯୋଗାଡ଼ ଲାଗି ଦିନରାତି ଏକ କରିଥିଲେ । ଏବେ ସମୀରଙ୍କ ସମ୍ପୂର୍ଣ ଦାୟିତ୍ଵ ଗୀତାଞ୍ଜଳି ତୁଲାଉଛନ୍ତି। ଝିଅ ଡିଗ୍ରୀରେ ପଢୁଛି। ଅଧପାନ୍ତରିଆ ଘର ସମ୍ପୂର୍ଣ୍ଣ କରିବାକୁ ସରକାରୀ କିସ୍ତି ଆଶାରେ ପୌର କାର୍ଯ୍ୟାଳୟ ଦୌଡ଼ୁ ଛନ୍ତି ଗୀତାଞ୍ଜଳି । ପୁଅକୁ ଭତ୍ତା ଆକାରରେ ୧ ଜାର ମିଳୁଥିବା ବେଳେ ଶାଶୂଙ୍କ ଆଧାରରେ ତ୍ରୁଟି ଥିବାରୁ ଭତ୍ତା ମିଳିପାରୁନି । ତଥାପି ଜୀବନଯୁଦ୍ଧରେ ନହାରି ଆଗକୁ ବଢିବାକୁ ଚେଷ୍ଟା ଜାରି ରଖିଛନ୍ତି । ତାଙ୍କ ସଂଘର୍ଷ ଅନ୍ୟ ପାଇଁ ପ୍ରେରଣ। ହୋଇଛି ।



