ଇନ୍ଦ୍ରାବତୀ କୂଳରେ ବାରିଆଘାଟ: ପାଣି ପାଖରେ ଥାଇ ବି ଶୋଷରେ ମରୁଛି ଗାଁ, ପ୍ରଶାସନ ନିଦରେ ଶୋଇଛି କି

ଇନ୍ଦ୍ରାବତୀ କୂଳରେ ବାରିଆଘାଟ: ପାଣି ପାଖରେ ଥାଇ ବି ଶୋଷରେ ମରୁଛି ଗାଁ, ପ୍ରଶାସନ ନିଦରେ ଶୋଇଛି କି ?
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ତେନ୍ତୁଳିଖୁଣ୍ଟି, ତ।୨୯/୪: ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କ ମୁହଁରେ ଚାପୁଡ଼ା ମାରୁଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ବାରିଆଘାଟ ଗାଁ I ନିତ୍ୟବାହୀ ଇନ୍ଦ୍ରାବତୀ ନଦୀ ଓ ପୋଡ଼ାଗଡ଼ ଡ୍ୟାମ ପାଖରେ ରହି ବି ଗାଁ ଲୋକେ ବୁନ୍ଦେ ପାଣି ପାଇଁ ଛଟପଟ ହେଉଛନ୍ତି । ପ୍ରଶାସନର ନିଷ୍ଠୁରତାର ନଗ୍ନ ଚିତ୍ର ଚାରି ବର୍ଷ ତଳେ ଗ୍ରାମବାସୀ ପଥର ଫାଙ୍କରୁ ଝରୁଥିବା ପ୍ରାକୃତିକ ଝରଣା ପାଣି ପିଉଥିଲେ । ଅଭିଯୋଗ ହେଉଛି, ଇନ୍ଦ୍ରାବତୀ ବିଦ୍ୟୁତ୍ ପ୍ରକଳ୍ପ ଅଧିକାରୀମାନେ ଜାଣିଶୁଣି ସେହି ଝରଣା ଆଗରେ ବିଶାଳ କାନ୍ଥ ଉଠାଇ ଲୋକଙ୍କ ଜୀବନରେଖାକୁ ଚିରଦିନ ପାଇଁ ବନ୍ଦ କରିଦେଲେ।ଲୋକଙ୍କ ହାହାକାର ପରେ ପ୍ରଶାସନ ଦୟା କରି ଦୁଇଟି ନଳକୂପ ଗଢ଼ିଲା। କିନ୍ତୁ ତାହା ଏବେ ବିଷକୂପ ପାଲଟିଛି। ସେଥିରୁ
ଦୁର୍ଗନ୍ଧପୂର୍ଣ, ମଇଳା ପାଣି ବାହାରୁଛି। ସେହି ପାଣି ପିଇ ଗାଁ ଲୋକେ ଯକୃତ ରୋଗ, କିଡ଼ୀ ରୋଗ ଓ ଝାଡ଼ାବାନ୍ତି ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ନିତ୍ୟ ଜୀବନ୍ତ ମରୁଛନ୍ତି। ମେଗା ପ୍ରକଳ୍ପର ମିଛ ପ୍ରତିଶ୍ରୁତି ‘ହର ଘର ଜଳ’ ଯୋଜନା ଏଠି କେବଳ କାଗଜ
କଲମରେ। ବାରିଆଘାଟକୁ ଆସିଥିବା ପାଣି ପାଇପ୍କୁ ଅଧା ବାଟରେ କାଟି ଦିଆଯାଇଛି। ପ୍ରକଳ୍ପ ଅଧିକାରୀ କାମ ଅଧାରେ ଛାଡ଼ି ନିର୍ବିକାର ହୋଇ ବସିଛନ୍ତି । କାହାକୁ ଡର ନାହିଁ କି ଜବାବଦେହିତା ନାହିଁ ! ସରପଞ୍ଚ ଏଇଠି ନିଦା ବିଷ୍ଣୁ, ତାଙ୍କୁ କହିଲେ ସେ
କହନ୍ତି, ମତେ ରାଜନୀତିରୁ ଦୂରେଇ ରହିବାକୁ ଇଛା, ସେ ଗ୍ରାମ ରେ କାହାର ଜମି ପଟ୍ଟା ନାହିଁ, ସବୁ ସରକାରୀ ଜମିରେ ବସବାସ କରି କଷ୍ଟ ଭୋଗ କରଥିବା ମଞ୍ଚା ଗାଁ ପଞ୍ଚାୟତ ସରପଞ୍ଚ ନିଜର ବୟାନ ରଖୁ ଅଛନ୍ତି । ମହିଳାଙ୍କ କୋହଭରା ବିଦ୍ରୋହ ଆଜି ଅତିଷ୍ଠ ହୋଇ ଗ୍ରାମର ମା ମାନେ ହାଣ୍ଡି- ଗରା ଧରି ରାସ୍ତାକୁ ଓହ୍ଲାଇଲେ ଓ ସାମ୍ବାଦିକଙ୍କ ଆଗରେ ଗୁମର ଖୋଲିଲେ । ବିଧବା ହୋଇ ବି ପେନସନ ମିଳୁନାହିଁ, ୮୦ ବର୍ଷୀୟ ବୃଦ୍ଧାଙ୍କୁ ଚାରିମାସ ହେଲା ପେନସନ ବନ୍ଦ, ଆବାସ ଯୋଜନାରୁ ସମ୍ପୂର୍ଣ ବାଦ, ସ୍ୱଚ୍ଛ ଭାରତ ନାଁରେ ଗୋଟିଏ ବି ଶୌଚାଳୟ ନାହିଁ, ସ୍କୁଲରେ ପାଚେରି ନାହିଁ । କାମଧନ୍ଦା ନପାଇ ଯୁବକମାନେ ଗାଁ ଛାଡ଼ି କଳାହାଣ୍ଡି, ତେଲେଙ୍ଗାନାରେ ଦାଦନ ଖଟୁଛନ୍ତି।



