District

ଏମବିକେ ଦିଦିଙ୍କ ମନମାନି ମିଳିଥିବା ୯ଟି ଜିପିଏସ୍ଏଫ୍ ବ୍ୟବହାର ଟ୍ରାକ୍ଟରକୁ ନିଜ ମୁତାବକ କରୁଛନ୍ତି ବ୍ୟବହ।ର

ଏମବିକେ ଦିଦିଙ୍କ ମନମାନି ମିଳିଥିବା ୯ଟି ଜିପିଏସ୍ଏଫ୍ ବ୍ୟବହାର ଟ୍ରାକ୍ଟରକୁ ନିଜ ମୁତାବକ କରୁଛନ୍ତି ବ୍ୟବହ।ର

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ଝରିଗାଁ,:ତ।୨୮/୪:ମହିଳାମାନଙ୍କୁ ସ୍ଵାବଲମ୍ବୀ ଓ ଉଦ୍ୟୋଗୀ କରିବାକୁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ତୃଣମୂଳ ସ୍ତରରେ ଗଠିତ ଏସଏଚଜି ଓ ପଞ୍ଚାୟତ ସ୍ତରରେ ଜିପିଏଫ୍ ସଂଗଠିତ । ଏହି ଏସଏଚଜି ଓ ଜିପିଏଲ୍‌ଏଫ୍ ମାନଙ୍କ ପାଇଁ ସରକାର ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନ ମାଧ୍ଯମରେ ଆର୍ଥିକ ସହାୟତା,ବ୍ୟବସାୟିକ ସୁଯୋଗ, ଭିତ୍ତଭୂମି ବ୍ୟବସ୍ଥା, ସାମାଜିକ ସୁରକ୍ଷା ଭଳି ଅନେକ ବ୍ୟବସ୍ଥା କରିଛନ୍ତି ସେହିପରି ମହିଳାମାନଙ୍କୁ କୃଷି କ୍ଷେତ୍ରରେ ଭାଗିଦାରୀ କରି ସ୍ଵାବଲମ୍ବୀ କରିବାକୁ ସରକାର ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଯାତ୍ରିକରଣ ଯୋଜନା ଅଧୀନରେ ଟ୍ରାକ୍ଟର,ପାୱାର ଟିଲର, ବେକ୍ସିନ ରଖୁବା ପାଇଁ ପ୍ରିଜ ଓ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ପ୍ରୋତ୍ସାହନ ଦେଉଛନ୍ତି ଯାହା ଦ୍ବାରା ଜିପିଏଫ ଙ୍କୁ ଦିଆଯାଇଥିବା ଟ୍ରାକ୍ଟର ହେଉ ବା ଅନ୍ୟାନ୍ୟ ଯାନ୍ତ୍ରିକୀକରଣ କୁ ଭଡାରେ ଲଗାଇ ନିୟମିତ ଆୟର ଉତ୍ସ କରି ସଂଘର ପାଣ୍ଠିରେ ସଞ୍ଚୟ କରି ଆର୍ଥିକ ସ୍ଥିତି ବୃଦ୍ଧି କରିପାରିବେ କିନ୍ତୁ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ୯ଟି ଜିପିଏଲ୍‌ଏଫ୍ ଙ୍କ ନାମରେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଟ୍ରାକ୍ଟର ପ୍ରଦାନ କରାଯାଇଛି ହେଲେ ଜିପିଏଲ୍‌ଏଫ୍ କୁ ମିଳିଥିବା ଟ୍ରାକ୍ଟରକୁ ନିଜ ବୋଳକାର ଭାବି ଏମବିକେ କରିଥିବା ଭଳି ଜିପିଏଫ୍ ରହିଛନ୍ତି ୨୩ଟି

ସେମଧ୍ୟରୁ୨୦୨୨-୨୩ ମସିହାରେ ୯ଟି ଜିପିଏଫ ଫୁପୁଗାଁ, ଝରିଗାଁ, ଧୋଡ୍ରା, ଗୁରୁସିଙ୍ଗା, ବେଲଗାଁ, ଏକାମ୍ବା,ଭିକ୍ଷା,କାନାକୋଟ, ଚିତାବେଡା କୁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଟ୍ରାକ୍ଟର ପ୍ରଦାନ କରାଯାଇଛି ଟ୍ରାକ୍ଟର ଜିପିଏଲ୍‌ଏଫ୍ ର ନାମରେ ରହିଥ‌ିବାବେଳେ ସମ୍ପୂର୍ଣ୍ଣ ଭାବେ ଏହା ଗୋଷ୍ଠୀର ସମ୍ପତି ଟ୍ରାକ୍ଟର ପରିଚାଳନା ପାଇଁ ଜିପିଏଲ୍‌ଏଫ କମିଟି ଦାୟିତ୍ଵରେ ରହିବା ସହିତ ଭଡା ଦର ନିର୍ଦ୍ଧାରିତ କରିଥାନ୍ତି । ଜିପିଏଲ୍‌ଏଫ ଅଧୀନରେ ଥିବା ଏସଏଚଜି ର ସଭ୍ୟାମାନେ ନିଜ ଜମିରେ ଚାଷ କାର୍ଯ୍ୟ ପାଇଁ ଟ୍ରାକ୍ଟରକୁ ବଜାର ଦର ତୁଳନାରେ କମ୍ ମୂଲ୍ୟରେ ବ୍ୟବହାର କରିପାରିବାର ନିୟମ ରହିଛି । ବ୍ଲକରେ ୯ଟି ଜିପିଏଲ୍‌ଏଫ୍ କୁ ଟ୍ରାକ୍ଟର ଯୋଗେଇ ଦିଆଯାଇଛି ଏସଏଚଜି ସଭ୍ୟାମାନେ ଟ୍ରାକ୍ଟର ଯୋଗେ ସେହିଭଳି ସୁବିଧା ପାଇବାରୁ ବଞ୍ଚିତ ରହୁଛନ୍ତି ଜିପିଏଫ ର ସମ୍ପତିକୁ ଏମବିକେ ମାନେ ନିଜକାର ଭଳି ନିଜ ମୁତାବକ ଫାଇଦା ଉଠାଉଛନ୍ତି ବୋଲି ଝରୀଗାଁ, ଗୁରୁସିଙ୍ଗା, ବେଲଗାଁ, ପୁପୁଗାଁ ଚିତାବେଡା, ଏକମ୍ବା ପଞ୍ଚାୟତର ଏସଏଚଜି ମହିଳା ମାନେ ଅଭିଯୋଗ କରିଛନ୍ତି ଏନେଇ ଓଡ଼ିଶା ଜୀବିକା ମିଶନର ଝରିଗାଁ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଏହି ବିଷୟରେ କିଛି ଜାଣି ନଥିବା କହିଥିଲେ। ତେଣୁ ପ୍ରଶାସନ ଏହି ଘଟଣା ପ୍ରତି ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button