District

ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ

*ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ””
ନବରଙ୍ଗପୁର:-ଡାବୁଗାଁ ବ୍ଲକ ଅଧିନସ୍ଥ କେଲିଆ ଶୈବପୀଠ ଏକ ପର୍ଯ୍ୟଟନସ୍ଥଳୀ ଓ ଧର୍ମାନୁଷ୍ଠାନ କହିଲେ ଚଲେ।ମନ୍ଦିର ଚତୁର୍ପାସର ମୋନରମା ଭରା ଶୋଭା ସତେଯେପତି ପର୍ଯ୍ୟଟକ ମାନଙ୍କୁ ସ୍ଵାଗତ କରିବାରେ ତତ୍ପର ହୋଇ ଉଠିଛି | ନବରଙ୍ଗପୁର ଜଲିା ସେଦରମହକୁମା ଠାରୁ ୪୫ କିମିି ତଥା ଡାବୁଗାଁ ବ୍ଲକ ସଦରମହକୁମା ଠାରୁ ୧୩ କିମି ଦୂରରେ ରହଛିି କେଲିଆ ଶୈବପୀଠ । ମାନ୍ୟତା ଅନୁସାରେ ଏଠାରେ ପୂଜା ପାଉଥିବା ବାବା ଝାଡେସ୍ୱର ମହାଦେବଙ୍କ ପ୍ରସାେଦ ସେବନ ଓ ପାଦୁକା ଲେପନ କଲେ କୁଷ୍ଠ ରୋଗ ମଧ୍ୟ ଭଲ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି। ମହାଦେବଙ୍କ ମନ୍ଦିର ନିକଟରେ ମାଁ ଚଣ୍ଡୀ ଙ୍କ ମନ୍ଦିର ଅଛି। କେଲିଆ ପାହାଡ଼ ଛାଡିବା ମାତ୍ରେ ପ୍ରଥମେ ପଡେ ଡ଼ାଲ ଖାଇ ମନ୍ଦିର ଏଠାରେ ଭାଗ କହିଲେ ଭଗବାନ ଙ୍କ ଗଛର ଡାଳ ଛଡାଇବା ପରେ ସ୍ଥାନୀୟ ଲକ ମାନେ ମହାଦେବଙ୍କ ଦର୍ଶନ ପାଇଁ ଯାଆନ୍ତି।ପ୍ରଥମେ ଚଳ ଛପର ଘୋରେ କେଲିଆ ବାବା ଝଡ଼େଶ୍ୱରଙ୍କ ମନ୍ଦିର ନିର୍ମାଣ ହୋଇଥିଲା | କିନ୍ତୁ ବର୍ତ୍ତମାନ ରୋ ମନ୍ଦିର କମିଟିର ପ୍ରଚେଷ୍ଟାରେ ୨୦୦୨ ମସିହାରେ ତତକାଳୀନ ଡାବୁଗାଁ ବିଧାୟକ ଭୁଜବଳ ମଝି ,ଜିଲାପାଳ, ଆଖପାଖ ଗ୍ରାମବାସୀ ଓ ମନ୍ଦିର କମିଟିର ସହଯୋଗରେ ୧୫ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୩ ମସିହାରେ ମନ୍ଦିର ନିର୍ମାଣ ହୋଇଯାଇଥିଲା ଏବଂ ମନ୍ଦିର ପ୍ରତିଷ୍ଠା କରାଯାଇ ଥିଲା । ଏହି କେଲିଆ ଶୈବପୀଠର ନିଆରା ଆକର୍ଷଣ ହେଉଛି ଚାରିପଟେ ଥିବା ମୋନହର ଦୃଶ୍ୟ ଏବଂ ଔଷଧୀୟ ବୃକ୍ଷ ଗୁଡିକ ହରିଡା, ବାହାଡା,ଅଁଳା ଆଦି ବିଭିନ୍ନ ଔଷଧୀୟ ବୃକ୍ଷ । ଏହି ପର୍ଯ୍ୟଟନସ୍ଥଳ ନିକଟରେ ରହିଛି କେଲିଆ, ବାଣୁଆଗୁଡା, କୁମୁଝରିଆଗୁଡା, କପାଖନାଗୁଡା, ମାନିଆଗୁଡା ସେଠାରେ ଆଜିବି ଲୋକମାନଙ୍କ ସରଳ ନରିୀହ ଜୀବନଧାରା ଦେଖିବାକୁ ମିଳେ,ଉକ୍ତ ଗ୍ରାମ ଗୁଡକିକର ବାସ କରନ୍ତି ଭତରା, କଗୌଡ, ହରିଜନ, କୁମ୍ଭାର, ପରଜା, ଓ କନ୍ଧ ଭଳି ଆଦିବାସୀ ସମ୍ପ୍ରୋଦାୟର ଲୋକ ପର୍ଯ୍ୟଟନସ୍ଥଳୀ ର ଅପରୂପ ସୌନ୍ଦର୍ଯ୍ୟ ଉପଭଗ କରିବାକୁ ଏଠାକୁସୁଅ ଛୁଟେ ଓଡିଶା ସମେତ ପଡୋଶି ଛତିଶଗଡ଼ ଓ ଆନ୍ଧ୍ରପ୍ରଦେସର ପର୍ଯ୍ୟଟକ |ଏଠାରୁ ଜଙ୍ଗଲ ରାସ୍ତାରେ ୩ କିମିି ଦୂରରେ ରହଛିି ପାର୍ବତୀ ଗୁମ୍ଫା | ଯାହାର ରହସ୍ୟ ପର୍ଯ୍ୟଟକଙ୍କୁ ଟାଣିଆଣିବାକୁ ସକ୍ଷମ ହୁଏ | ଏହିଗୁମ୍ଫା କେଉଁଠି ସମାପ୍ତ ହୋଇଛି ତାହା ଆଜିବି ରହସ୍ୟ ହୋଇ ରହିଛି |ଅନ୍ୟ ଆକର୍ଷଣ ମଧ୍ୟରେ ରହିଛି “ଗଙ୍ଗା କୁଣ୍ଡ ” ଏହି ଛୋଟିଆ କୁଣ୍ଡର ପାଣି କେବେବି କମୁନି । ଏହାଛଡା ଜଙ୍ଗଲ ମଧ୍ୟକୁ କିଛିଦୂର ଚାଲିଗଲେ ଦେଖାଯାଉଛି ରାଜରାଜୋଡା କାଳର ବଗ୍ନାବଶେଷ ର ପୁରୁଣା କୁଅଁ ଏବଂ 300 /400 ବର୍ଷ ପୁରୁଣା ଇଟା ଖଣ୍ଡ ଗୁଡିକ ଏହାସହ ଜଙ୍ଗଲ ମଧ୍ୟରୁ ଭାସି ଆସୁଥିବା କୁଟୁରା, ଠେକୁଆ ଆଦି ବନ୍ୟଜନ୍ତୁଙ୍କ ଶବ୍ଦ ପର୍ଯ୍ୟଟକଙ୍କ ମଧ୍ୟରେ ରୋମାଞ୍ଚ ସୃଷ୍ଟିକରେ | କିନ୍ତୁ ଦୁଃଖର ବିଷୟ ପ୍ରକୃତିର ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇ ପାରି ନାହିଁ । କେଲିଆ ଶୈବପୀଠ ଠାରୁ ପାର୍ବତୀଗୁମ୍ଫା କୁ ସଂଯୋଗ କରୁଥିବା ପାଦଚଲା ପାହାଡଆି ରାସ୍ତାର ଉନ୍ନତକିରଣ ପାଇ ପ୍ରସ୍ତାବ ଦିଆ ଯାଇଛି ମାତ୍ର କାର୍ଯ୍ୟକାରୀ ହୋଇନାହିଁ ତେଣୁ ପର୍ଯ୍ୟଟକ ମାନେ ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି ।ଏଠାରେ ପର୍ଯ୍ୟଟକମାନେ ରହିବା ପାଇଁ କଣସି ସୁବିଧା ନାହିଁ । ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଲେ ରାଜସ୍ବ ବୃଦ୍ଧି ସାଙ୍ଗକୁ ଆଦିବାସି ସଂସ୍କୃତି , ପରମ୍ପରା ଲୋକଲଚନାକୁ ଆସିପାରନ୍ତା ବୋଲି କେଲିଆ ଶୈବପୀଠ ମନ୍ଦିର କମିଟିର ସମ୍ପାଦକ ଦେବରାଜ ପାତ୍ର କହିଛନ୍ତି । ୩/୪ ବଷ୍ ହେଲା ଏହି ଶୈବପୀଠ କୁ ପର୍ଯ୍ୟଟନ ବଭିାଗ ନିଜି ହାତକୁକ ନେଇଥିବା ବେଳେ ଆଜିପର୍ଯ୍ୟନ୍ତ ଆଖିଦୃଶିଆ କୌଣସି ଉନ୍ନତି ମୂଳକ କାମ ହୋଇନାହିଁ |ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଏବଂ ଜିଲା ପ୍ରଶାସନ ବିଶେଷ ଧ୍ୟାନ ଦେବା ଆବଶ୍ୟକତା ରହିଛି । ରିପୋଟ – ପ୍ରିୟଦର୍ଶିନୀ ପାତ୍ର,ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button