District

ରାସ୍ତାରେ ବୋହୁଛି ପାଣି; ନିଷ୍କାସନ ସୁବିଧା ନାହିଁ ଉନ୍ନୟନ ଅନୁଦାନ କାହା ପାଇଁ ?

ରାସ୍ତାରେ ବୋହୁଛି ପାଣି; ନିଷ୍କାସନ ସୁବିଧା ନାହିଁ ଉନ୍ନୟନ ଅନୁଦାନ କାହା ପାଇଁ ?

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

କେସିଙ୍ଗା,୨୭/୪: ଜନସାଧାରଣଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ପଞ୍ଚାୟତରେ ଥ‌ିବା ବିଭିନ୍ନ ଗ୍ରାମର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପଞ୍ଚାୟତରାଜ ବିଭାଗ ରହିଛି। ବିଭାଗ ପକ୍ଷରୁ ପଞ୍ଚାୟତ ଗୁଡ଼ିକୁ ବିପୁଳ ଟଙ୍କା ଅନୁଦାନ ଆସୁଛି । ଏହି ଅର୍ଥରେ ପଞ୍ଚାୟତର ଉନ୍ନତିକରଣ ପାଇଁ ଅର୍ଥ ଖର୍ଚ୍ଚ କରାଯିବାର ବ୍ୟବସ୍ଥା ରହିଛି। ବିଶେଷକରି ପରିମଳ, ଜଳ, ରାସ୍ତା, ଡ୍ରେନ, ସହ ଅନ୍ୟନ୍ୟ ବ୍ୟବସ୍ଥା କରିବାର ନିର୍ଦେଶନାମା ରହିଛି । ହେଲେ ବିଭିନ୍ନ ପଞ୍ଚାୟତରେ ତାହା କେତେ ପରିମାଣରେ କାର୍ଯ୍ୟକାରୀ ହେଉଛି ତାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ପ୍ରକାଶ ଯେ, ଗତ ଆର୍ଥିକ ବର୍ଷରେ କେସିଙ୍ଗା ବ୍ଳକକୁ ମଧ୍ୟ ଅନୁଦାନ ଆସିଥ୍‌ଲା । ପଞ୍ଚାୟତକୁ ମିଳିଥିବା ମୋଟ୍ ପାଣ୍ଠିରୁ ପାଣି ଓ ପରିମଳ ବାବଦ ପ୍ରକଳ୍ପରେ ୬୦ ପ୍ରତିଶତ, ରାସ୍ତା, ଡ୍ରେନ୍, କଲ୍ୟାଣ ମଣ୍ଡପ ଓ ଅନ୍ୟ ଭିତ୍ତିଭୂମି ପ୍ରକଳ୍ପ ପାଇଁ ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାର ନିୟମ ରହିଛି । । ହେଲେ କେସିଙ୍ଗା ବ୍ଳକର ସିରୋଲ ପଞ୍ଚାୟତକୁ ଆସିଥିବା ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା ଅନୁଦାନ ଖର୍ଚ୍ଚ ନ ହୋଇ ପଡ଼ିରହିଛି । ଅର୍ଥ ଖର୍ଚ୍ଚ ନ ହେବାରୁ ବିକାଶ ମୂଳକ କାର୍ଯ୍ୟ ହୋଇପାରୁନାହିଁ। ଫଳରେ ପଞ୍ଚାୟତ ଅଧୀନରେ ବସବାସ କରୁଥିବା ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତ ବାସୀଙ୍କ ବ୍ୟବହୃତ ପାଣି ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ନ ଥିବା ଯୋଗୁଁ ରାସ୍ତାରେ ପାଣି ବୋହୁଛି । ଏହାଦ୍ବାରା ଗାଁ ପରିବେଶ ନଷ୍ଟ ହେଉଛି । ଏଥ୍‌ସହ ଲୋକଙ୍କ ଯିବା ଆସିବାରେ ମଧ୍ୟ ବାଧା ସୃଷ୍ଟି ହେଉଛି। ସିରୋଲ

ପଞ୍ଚାୟତରୁ ଆସିଥିବା ଅଭିଯୋଗ ଅନୁସାରେ, ପଞ୍ଚାୟତ ର ୧୧ ନମ୍ବର ୱାର୍ଡ ପୋଢ଼ଖମ ଗ୍ରାମର ଲିମପଡ଼ା ଗଳି ରାସ୍ତା ଏଥ୍ ସହ କେସିଙ୍ଗା-ରୁପ୍ରା ଙ୍ଗା-ରୁପ୍ରା କୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତା ଠାରୁ ନାରାୟଣ ଗଉଡ ଘର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଟି ସିମେଣ୍ଟ କଂକ୍ରିଟ ରାସ୍ତା ହୋଇଥିଲେ ମଧ୍ଯ ଡେନ୍ ସୁବିଧା ନ ଥିବା ଯୋଗୁଁ ରାସ୍ତା ଉପରେ ପାଣି ବୋହୁଛି। ବସୁଧା ନାରେ ପାଇପ୍ ଯୋଗେ ଯୋଗାଣ ହେଉଥିବା ପାଣିକୁ ଲୋକେ ରାସ୍ତାରେ ଛାଡ଼ି ଦେଉଥିବା ଯୋଗୁଁ ରାସ୍ତାଟି ଶୋଚନୀୟ

ହୋଇପଡୁଛି। ଏହି ପାଣିକି ମାଡ଼ିକି ଲୋକେ ଯିବା ଆସିବା କରୁଛନ୍ତି । ଏଠି କାହାର ଦୋଷ ? ଏ ବିଷୟରେ ସିରୋଲ ପଞ୍ଚାୟତ ନିର୍ବାହୀ ଅଧିକାରୀ ଝସକେତନ ସାହୁ ଙ୍କୁ ପଚାରିବାରୁ ଲିମପଡ଼ା ଗଳି ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button