District

ଗଜପତି ଜିଲ୍ଲାରୁ ମଧ୍ୟ ପ୍ରଦେଶ କୁ ଗଞ୍ଜେଇ ଚୋର। ଚ।ଲଣ ବେଳେ ୨ଜଣ ଅ।ନ୍ତ ରାଜ୍ୟ ମ।ଫି ଆ ଗରଫ ୨୬ କେଜି ଗଞ୍ଜେଇ ଜବତ

ଗଜପତି ଜିଲ୍ଲାରୁ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ବେଳେ ୨ ଜଣ ଆନ୍ତରାଜ୍ୟ ମାଫିଆ ଗିରଫ ୨୬ କେଜି ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି:୨୦/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଅଡବା ଥାନା ନଳାଘାଟ ଗାଁ ନିକଟରୁ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚାଲାଣ ବେଳେ କାର ସହ ୨୬ କିଲୋ ଗଞ୍ଜେଇ ଜବତ କରାଯାଇଛି. ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୨ ଜଣ ଆନ୍ତରାଜ୍ୟ ମାଫିଆକୁ ଗିରଫ କରିଛି ପୋଲିସ। ଗିରଫ ଦୁଇଜଣ ହେଲେ ମଧ୍ୟପ୍ରଦେଶର ବିକାଶ କାଠୁଆଶ ଓ ରୀତୁ ମିନା ବୋଲି ଥାନା ଅଧିକାରୀ ସୁଚନା ଦେଇଛନ୍ତି। ଯାହାକୁ ନେଇ ଅଡବା ଥାନାରେ କେସ ନମ୍ବର ୧୯୪/୨୫ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି. କାର ଯୋଗେ ଗଞ୍ଜେଇକୁ ଗଜପତି ଜିଲ୍ଲାର ନଳାଘାଟ ଅଞ୍ଚଳରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥ‌ିବା ବେଳେ ଜବତ କରାଯାଇଥିବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା ସୁଚନା ଦେଇଛନ୍ତି।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button