District

ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନବରଙ୍ଗପୁର ତରଫରୁ ପ୍ରତିଷ୍ଠା ଦିବସ

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନବରଙ୍ଗପୁର ତରଫରୁ ପ୍ରତିଷ୍ଠା ଦିବସ

PM SHRI KENDRIYA VIDYALAYA, NABARANGPUR

ନବରଙ୍ଗପୁର, ୧୮।୧୨ : ନବରଙ୍ଗପୁର ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ତରଫରୁ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ୬୩ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ନବରଙ୍ଗପୁର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ତତ୍ ସହିତ ଅଭିଭାବକ ଓ ଶିକ୍ଷକ ସଂଘର ଉପ-ସଭାପତି ପୂର୍ଣଚନ୍ଦ୍ର ମହାପାତ୍ର ଓ ଅଭିଭାବକ ପୁଷ୍ପାଞ୍ଜଳୀ ଗନ୍ତାୟତ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ କ୍ଷ ଅନୁଷ୍ଠାନର ଅଧ୍ୟକ୍ଷ ହିତେଶ କୁମାର ବର୍ମାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗ ଶିକ୍ଷକ ପ୍ରଦୀପ କୁମାର ହୋତା ମଞ୍ଚ ସଂଯୋଜନ କରିଥିବା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ସାଧନାମୟୀ ସେନାପତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସର୍ବ ପ୍ରଥମେ ନିମନ୍ତ୍ରିତ ଅତିଥୁମାନଙ୍କୁ ଅନୁଷ୍ଠାନର ଛାତ୍ର ଛାତ୍ରୀ ଏବଂ ଶିକ୍ଷୟତ୍ରୀ ସାଗରିକା ପାଢ଼ୀଙ୍କ ଦ୍ଵାରା ଭବ୍ୟ ସ୍ବାଗତ କରାଯାଇ ମଞ୍ଚକୁ ପାଛୋଟି ନେବା ପରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥଲା କ୍ଷ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅତିଥ୍‌ ମାନେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଜି ସାରା ଭାରତ ବର୍ଷରେ ସାଧାରଣ ଶିକ୍ଷା ସହ ମାନସିକ, ଶାରୀରିକ, ବୌଦ୍ଧିକ ତଥା ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରି ନୂତନ ଯୁବ ପୀଢ଼ି ମାନଙ୍କ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମତ ପ୍ରକାଶ କରିଥିଲେ । ଏହାପରେ ଅନୁଷ୍ଠାନର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଠାରୁ ଅଦ୍ୟାବଧୂ ଯେଉଁ ସଫଳତା ଅର୍ଜନ କରିଛି ତାହାକୁ ଛାତ୍ର ଛାତ୍ରୀ ମାନେ ଅଭିନୟ ମାଧ୍ୟମରେ ଉପସ୍ଥାପନ କରିଥିଲେ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ସହଭାଗୀ କାର୍ଯ୍ୟକ୍ରମର ପ୍ରଦର୍ଶନୀ କରଯାଇଥିଲା କ୍ଷ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ କ୍ଷ ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ସାଧନମୟୀ ସେନାପତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button