କ।ଶୀନଗର ବ୍ଲକ ର ଅତିରିକ୍ତ ଶ୍ରେଣୀଗୃହ ଓ ସୁବିଧ। କେନ୍ଦ୍ର ବିଧାୟକ ଙ୍କ ଦ୍ଵାରା ଉଦଘାଟିତ
କାଶୀନଗର ବ୍ଲକରେ ଅତିରିକ୍ତ ଶ୍ରେଣୀ ଗୃହ ଓ ସୁବିଧା କେନ୍ଦ୍ର ବିଧାୟକଙ୍କ ଦ୍ଵାରା ଉଦଘାଟିତ।

ପାରଳାଖେମୁଣ୍ଡି:୧୮/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୁର ଗ୍ରାମ ଠାରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଅତିରିକ୍ତ ସ୍ମାର୍ଟ ଶ୍ରେଣୀ ଗୃହ ପାରଳା ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି ।
ବିଧାୟକ ରୁପେଶ ପାଣିଗ୍ରାହୀ ଉଦଘାଟନୀ ସ୍ଥଳରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଉଦଘାଟନ ପରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଶ୍ରେଣୀଗୃହ ଗୁଡ଼ିକ ପରିଦର୍ଶନ କରିବା ସହ ବିଦ୍ୟାଳୟ ଓ ଶିକ୍ଷାଦାନ ଉପରେ ଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ ।
ସେହିଭଳି ସଂପୃକ୍ତ ବ୍ଲକର ଭୂପତି ଲକ୍ଷ୍ମୀପୁର ପଞ୍ଚାୟତ ଅନ୍ତର୍ଗତ ଗୋରିବନ୍ଧା ଠାରେ ମଧ୍ୟ ଏକ ସୁବିଧା ଗୃହ ଉଦଘାଟନ କରିବା ସହ ପରେ ଭୂପତି ଲକ୍ଷ୍ମୀପୁର ଗ୍ରାମରେ ଏକ ସଙ୍ଗ ଗୃହ ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ , କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା , ସରପଞ୍ଚ ଶ୍ରୀ ତେଜେଶ୍ୱର୍ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
