District

ଗଜପତି ଜିଲ୍ଲା ରେ ୬ ମ।ସ ହେଲ। ୩୯୪ ଅନ।ଥ ଶିଶୁଙ୍କୁ ମିଳିନି ସହ।ୟତ। ର।ଶି

ଗଜପତି ଜିଲ୍ଲାରେ ୬ ମାସ ହେଲା ୩୯୪ ଅନାଥ ଶିଶୁଙ୍କୁ ମିଳିନି ସହାୟତା ରାଶି

ପାରଳାଖେମୁଣ୍ଡି:୧୮/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ପିତୃମାତୃହୀନ ଅନାଥ ଶିଶୁମାନଙ୍କୁ ସରକାରୀ ଯୋଜନା ଦ୍ୱାରା ଲାଳନ ପାଳନ କରାଯାଉଛି. ଏହି ଅନାଥ ଶିଶୁମାନଙ୍କୁ ରହିବା, ଖାଇବା ଓ ଶିକ୍ଷାଦାନ ସହ ଭବିଷ୍ୟତକୁ ସୁରକ୍ଷିତ କରିବାର ବ୍ୟବସ୍ଥା ଗଜପତି ଜିଲ୍ଲାରେ ରହିଆସିଛି. ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଗଜପତି ଜିଲ୍ଲାର ୭ ଗୋଟି ବ୍ଲକ ଯଥା ଗୁମ୍ମା, କାଶୀନଗର, ଗୋଷଣୀ, ରାୟଗଡ, ନୂଆଗଡ, ଆର. ଉଦୟଗିରି ଓ ମୋହନା ଆଦି ବ୍ଲକରେ ମୋଟ ୩୯୪ ଅନାଥ ଶିଶୁ ରହିଛନ୍ତି.ଏହି ଶିଶୁମାନଙ୍କୁ ସେମାନଙ୍କ ନିକଟ ସମ୍ପର୍କୀୟ କିମ୍ବା ପରିବାରର ନିକଟତମ ବ୍ୟକ୍ତିମାନଙ୍କ ଠାରେ ରଖା ଯାଇ ଶିଶୁମାନଙ୍କ ଲାଳନପାଳନ କରାଯିବା ନିୟମରେ ରହିଛି. ଏଥିପାଇଁ ସରକାର ମାସିକ ୪ହଜର ଟଙ୍କା ଆର୍ଥିକ ସହାୟତା ରାଶି ଦୀର୍ଘବର୍ଷ ହେଲା ସେମାନଙ୍କୁ ପ୍ରଦାନ କରି ଆସୁଛନ୍ତି।କିନ୍ତୁ ଗଜପତି ଜିଲ୍ଲାରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଗତ ଦୀର୍ଘ ୬ ମାସ ହେଲା ଏହି ଅନୁଦାନ ରାଶି ସରକାର ପ୍ରଦାନ କରି ନଥିବା ଜଣାପଡ଼ିଛି । ଗଜପତି ଜିଲ୍ଲାର ଲିଙ୍ଗିପୁର ଗ୍ରାମର ଏକ ଅନାଥ ଶିଶୁଙ୍କ ଜଣେ ନିକଟତମ ସମ୍ପର୍କୀୟ ଏନେଇ ଅଭିଯୋଗ କରିବା ପରେ ଏସମ୍ପର୍କରେ ଅଧିକ ଜାଣିବା ପାଇଁ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀଙ୍କୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଘଟଣା ନେଇ ପଚାରିବାରେ ୬ ମାସ ଧରି ସରକାରଙ୍କ ଅନୁଦାନ ଆସି ନଥିବାରୁ ଅନାଥ ଶିଶୁଙ୍କ ଲାଳନପାଳନ ପାଇଁ ଆର୍ଥୀକ ସହାୟତା ରାଶି ପ୍ରଦାନ କରାଯାଇପାରିନାହିଁ. କେନ୍ଦ୍ର ସରକାରଙ୍କ ତରଫରୁ ଏହି ସହାୟତା ରାଶି ପ୍ରତେକ ମାସରେ ଲଗାତାର ଭାବେ ଆସୁଥାଏ. ହେଲେ ଗତ ୬ ମାସ ଧରି କେନ୍ଦ୍ର ସରକାରଙ୍କ ଠାରୁ ଏହି ସହାୟତା ରାଶି ଗଜପତି ଜିଲ୍ଲାକୁ କୌଣସି କାରଣରୁ ଆସିପାରିନାହିଁ. ସମଗ୍ର ଗଜପତି ଜିଲ୍ଲାରେ ୩୯୪ ଅନାଥ ଶିଶୁ ଏହି ପ୍ରାପ୍ୟ ଗତ 6 ମାସ ଧରି ପାଇନାହାନ୍ତି. ଜିଲ୍ଲାରେ ମୋଟ ୯ କୋଟିରୁ ଉର୍ଦ୍ଧ ଟଙ୍କା ସହାୟତା ରାଶି ଦେବା ପାଇଁ ବକେୟା ରହିଛି. ବର୍ତ୍ତମାନ କିଛି ସୂଚନା ମିଳିଛି ଏହି ସହାୟତା ରାଶି ଅତି ଚଞ୍ଚଳ ଜିଲ୍ଲାରେ ପହଞ୍ଚିବ ବୋଲି ଶିଶୁ ସୁରକ୍ଷାସ ସହାୟତା ରାଶି ପହଞ୍ଚିବା ସଙ୍ଗେ ସଙ୍ଗେ ଗତ ୬ ମାସର ବକେୟା ପ୍ରାପ୍ୟ ସହ ଆଗାମୀ ମାସର ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ ।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button