ପ।ଣି ପ।ଇ ରାସ୍ତା ରେ ବସିଲେ ଗ୍ରାମବାସୀ

ପାଣି ପ।ଇ ରାସ୍ତା ରେ ବସିଲେ ଗ୍ରାମବାସୀ
ମୋରଡ଼ା,୧୮/୧୨ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲନ୍ ଅଧୀନ କୋହି ପଞ୍ଚାୟତର ରାଇଡିହା ଗ୍ରାମବାସୀ ପାନୀୟ ଜଳ ସମସ୍ୟାକୁ ନେଇ ବୁଧବାର ରାସ୍ତା ଅବରୋଧ କରିଥିଲେ। ସୂଚନା ଅନୁଯାୟୀ, ଭକ୍ତ ଗ୍ରାମରେ ଗତ ୩ ବର୍ଷ ତଳେ ଜଳ ଜୀବନ ମିଶନରେ ୩୦ ହଜାର ଲିଟର କ୍ଷମତା ସମ୍ପନ୍ନ ଏକ ଓଲରହେଡ୍ ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ଆରମ୍ଭହୋଇଥିଲା। ତେବେ କାର୍ଯ୍ୟ ସମ୍ପୂର୍ଣ ହୋଇ ନ ଥିବାରୁ ଗ୍ରାମବାସୀ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଏବାବଦରେ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରି ନ ଥିଲା । ଫଳରେ ବୁଧବାର ପୂର୍ବାହ୍ଣ ୧୦ଟାରେ ଗ୍ରାମବାସୀ ଗରା, ବାଲ୍ଟି ଧରି ଗଢିଆ-ବାରମାଇଲ ମୁଖ୍ୟ ରାସ୍ତାର ରାଇଜିହା ଛକ ନିକଟରେ ଧାରଣାରେ ବସିବା ସହିତ ରାସ୍ତା ଅବରୋଧ କରିଥିଲେ। ପୋଲିସ୍ ପହଞ୍ଚ୍ ଲୋକଙ୍କୁ ବୁଝାଶୁଖୀ କରିଥିଲା।
ପରେ କନିଷ୍ଠ ଯନ୍ତ୍ରୀ ସହିତ ପତି ପହଞ୍ଚୁ ଯଥାଶୀଘ୍ର ପାନୀୟ ଜଳ ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ
ରାସ୍ତା ଅବରୋଧ କରିଥିବା ଗ୍ରାମବାସୀ ହୋଇଥିଲା । ଏନେଇ କନିଷ୍ଠ ଯନ୍ତ୍ରୀ ପତିଙ୍କୁ ପଚାରିବାରୁ ଏବାବଦରେ ସେ ଠିକାଦାରଙ୍କୁ ତାଗିଦ୍ କରିଛନ୍ତି ଏବଂ ଠିକାଦାର ୧୦ ଦିନ
ଭିତରେ ସମସ୍ତ ସମସ୍ୟାର ସମାଧାନ କରି ଲୋକଙ୍କୁ ପାଣି ଯୋଗାଇ ଦେବେ ବୋଲି ନିର୍ଦେଶ ଦିଆଯାଇଥିବା ସେ କରିଛନ୍ତି।