ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବୋଲେରୋ ସୁନାବେଡ଼ା

ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବୋଲେରୋ ସୁନାବେଡ଼ା

କୋରାପୁଟ ଜିଲା ସେମିଳିଗୁଡ଼ାରୁ ସୁନାବେଡ଼ା ଅଭିମୁଖେ ଯାଉଥିବା ବୋଲେରୋ (ଓଆର୧୦-ଜି-୦୬୮୧) ରାସ୍ତାକଡ଼ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ି ୨୬ନଂ ଜାତୀୟ ରାଜପଥ ଦେଇ ସୁନାବେଡ଼ା ଯାଉଥିଲା। କୌଣସି କାରଣରୁ ହାଲ ଗେଷ୍ଟ ହାଉସ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବୋଲେରୋ ଡ୍ରାଇଭରଙ୍କ କୌଣସି ସନ୍ଧାନ ମିଳି ନ ଥିବା ଜଣାପଡ଼ିଛି। ବିଦ୍ୟୁତ୍ ଖୁଣ୍ଟଟି ସ୍ଥାନଚ୍ୟୁତ ହେବା ସହ ଓଲଟି ପଡିଥିଲା। ଖବରପା ପାଇ ସୁନାବେଡ଼ା ଥାନା ଏସ୍‌ଆଇ ଲିମାଇ ଚରଣ ପଣ୍ଡା ଓ ସହକର୍ମୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି ।

Leave a Reply

Your email address will not be published. Required fields are marked *