District
କୋରାପୁଟରୁ ପୁରୀକୁ ଚାଲିବ ଟ୍ରେନ୍

କୋରାପୁଟରୁ ପୁରୀକୁ ଚାଲିବ ଟ୍ରେନ୍। ସପ୍ତାହରେ ୩ ଦିନ ଚାଲିବ।କୋରାପୁଟରୁ ମଙ୍ଗଳବାର ଶୁକ୍ରବାର ଓ ରବିବାର ବାହାରିବ ଏବଂ ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ବାହାରିବ ଟ୍ରେନ୍ । ୧୮୪୦୭/୧୮୪୦୮ ନମ୍ବର ବିଶିଷ୍ଟ ଏହି ପୁରୀ-କୋରାପୁଟ-ପୁରୀ ଏକ୍ସପ୍ରେସ୍ ନୂତନ ଟ୍ରେନ୍ ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ୍, ବଲାଙ୍ଗୀର, ଟିଟଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, କାକିରିଗୁମା ଏବଂ ଦାମନଯୋଡ଼ି ଦେଇ ଚଳାଚଳ କରିବ।
ଗୋବିନ୍ଦ ତ୍ରିପାଠୀ,କୋରାପୁଟ



