ଚିକିତ୍ସା ପାଇଁ ଅର୍ଥ ନାହିଁ କ୍ୟାନ୍ସରରେ ଶଯ୍ୟାଶାୟୀ ମଙ୍ଗଳ

ଚିକିତ୍ସା ପାଇଁ ଅର୍ଥ ନାହିଁ କ୍ୟାନ୍ସରରେ ଶଯ୍ୟାଶାୟୀ ମଙ୍ଗଳ
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ଚନ୍ଦାହାଣ୍ଡି,୨୭/୪: ମୁଖ କର୍କଟରେ ଆକ୍ରାନ୍ତ ହୋଇ ଏକ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି ଜଣେ ଯୁବକ। ସେ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ଧରୁଆପଡା ପଞ୍ଚାୟତର ମଙ୍ଗଳ ବାଘ (୩୮)। ଉଚ୍ଚ ଚିକିତ୍ସାରେ ବାଧକ ସାଜିଛି। ଜିଲ୍ଲା ପ୍ରଶାସନ ବଦାନ୍ୟ ବ୍ୟକ୍ତି, ସ୍ୱେଚ୍ଛାସେବୀ ସଂସ୍ଥା ସହାୟତାର ହାତ ବଢାଇବାକୁ ପରିବାର ତରଫରୁ ଆକୁଳ ନିବେଦନ କରାଯାଇଛି।
ପରିବାର ସଦସ୍ୟଙ୍କ କହିବା ପ୍ରକାରେ, ୨ବର୍ଷ ତଳେ ମଙ୍ଗଳଙ୍କ ମାଉଥ କ୍ୟାନ୍ସର ଚିହ୍ନଟ ହୋଇଥିଲା। ୨୦୨୪ ଅକ୍ଟୋବର ୮ରେ ରାୟପୁର ରେ ଏକ ଘରୋଇ ମେଡିକଲରେ ଅସ୍ତ୍ରୋପଚାର କରାଯାଇଥିଲା। ସେଠାରେ ଠିକ ନହେବାରୁ ଭୁବନେଶ୍ଵରର ଏକ ଘରୋଇ ମେଡିକାଲ ଚିକିତ୍ସିତ କରାଯାଇଥିଲା ପରେ ଆଚାର୍ଯ୍ୟ ହରିହର କ୍ୟାନ୍ସର ମେଡିକାଲରେ ଭର୍ତ୍ତି ପାଇଥିଲା। ଏବେ ବି ଚିକିତ୍ସା ଜାରି ରହିଛି। ତଥାପି କ୍ୟାନ୍ସର ଭଲ ହୋଇପାରୁନି। ଇତିମଧ୍ଯ ଘରର ସମସ୍ତ ଜମିବାଡି ସୁନା ବିକ୍ରି କରି ଚିକିତ୍ସା ଚାଲିଛି। ପରିବାର କହିଲେ ସ୍ଵାମୀ-ସ୍ତ୍ରୀ। ଆୟୁଷ୍ମାନ କାର୍ଡରେ ଥିବା ଟଙ୍କା ମଧ୍ୟ ସରିଗଲାଣି। ଏଭଳି ସ୍ଥିତିରେ ରେ ପରିବାର ଅସହାୟ ହୋଇପଡିଛନ୍ତି। ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ଓ ବଦାନ୍ୟ ବ୍ଯକ୍ତି ବିଶେଷଙ୍କୁ ସହାୟତାର ହାତ ବଢାଇବାକୁ ଆକୁଳ ନିବେଦନ କରିଛନ୍ତି।



