ଶାଗୁଆନ ଜଙ୍ଗଲ ଗୋଚାଲାଣର କେନ୍ଦ୍ରସ୍ଥଳୀ
ଶାଗୁଆନ ଜଙ୍ଗଲ ଗୋଚାଲାଣର କେନ୍ଦ୍ରସ୍ଥଳୀ
ରାଇଘର, ତା:୨/୯
ଛତିଶଗଡ଼ ସୀମାନ୍ତ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଦିନକୁ ଦିନ ଗୋ-ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ରାଇଘର ସଦର ମହକୁମାର ଧଉ ଧଡରାପାରା ନିକଟରେ ଥିବା ଶାଗୁଆନ ଜଙ୍ଗଲ ଏବେ ଗୋଚାଲାଣର କେନ୍ଦ୍ରସ୍ଥଳ ପାଲଟିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି।
ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାରୁ ବ୍ୟବସାୟୀମାନେ ବିଭିନ୍ନ ହାଟରୁ ଗୋରୁ କିଣି ପଡୋଶୀ ଆନ୍ଧ୍ର ପ୍ରଦେଶକୁ ଚାଲାଣ କରୁଛନ୍ତି। ଏପରି ବେଆଇନ ଗୋ-ଚାଲାଣ ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆଯାଉନାହିଁ । ଗତ କିଛି ବର୍ଷ ମଧ୍ୟରେ ଜିଲ୍ଲାରେ ଅଧିକାଂଶ ଗାଈ ଗୋରୁଙ୍କ ସଂଖ୍ୟା କମିଥିବା ଏକ ବେସରକାରୀ ସଂସ୍ଥାର ସର୍ଭେ ରିପୋର୍ଟରୁ ଜଣାଯାଇଛି । ଜିଲ୍ଲାର ରାଇଘର ବ୍ଲକରେ ଗୋଚାଲାଣ ଅଧୂକ ମାତ୍ରାରେ ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ବିହିତ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ରାଇଘର ବ୍ଲକ ହେଡ କ୍ୱାଟର ଧଡ଼ରାପାରା ସାହିରେ ବନବିଭାଗର ସିଜର ୱାର୍ଡ଼ କ୍ୟାମ୍ପସ ସାମ୍ନାରେ ବିରାଟ ଶାଗୁଆନ ଜଙ୍ଗଲ ରହିଥିବା ବେଳେ ଏଠାରେ
ପର୍ଗତି ଦିନ ତମାମ ପଡୋଶୀ ରାଜ୍ୟ ଛତିଶଗଡ଼
ସହ ବିଭିନ୍ନ ଅଂଚଳରୁ ଗାଈ, ମଇଁଷୀ ଏକାଠି କରିବା ପରେ ବିଭିନ୍ନ ରାଜ୍ୟକୁ ରାତିରେ ବଡ଼ ବଡ଼ ଟ୍ରକ ଦ୍ବାରା ଚାଲାଣ କରାଯାଉଛି । ତେବେ ଏ ସମ୍ପର୍କରେ ଲମ୍ବା ଅଭିଯୋଗ ସତ୍ତ୍ୱେ ନିର୍ଭୟରେ ଖୁଲମ୍ ଖୁଲା ଚାଲାଣ ଚାଲିଛି। ଗୋ ଚାଲାଣ ହେଉଥିବା ଗାଡିର କାଗଜ ପତ୍ର ଠିକ ନଥିବା ବେଳେ ଯାଞ୍ଚ ବଦଳରେ ପ୍ରଶାସନ ନିରବ ରହିବା ଚର୍ଚ୍ଚାର ବିଷୟ ପାଲଟିଛି। ବନ ବିଭାଗ କ୍ୟାମ୍ପସ ସାମ୍ନାରେ ପ୍ରତିଦିନ ଗୋ ଚାଲାଣ ହେଉଥିବା ବେଳେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବା ପ୍ରଶ୍ନବାଚୀ
ପ୍ରଶାସନ ନିରବଦ୍ରଷ୍ଟା
କାର୍ଯ୍ୟାନୁଷ୍ଠାନ ଦାବି
ସୃଷ୍ଟି ହୋଇଛି। ଜଙ୍ଗଲ ସହ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଗୁରୁତ୍ବ ଦେଉଥୁବା ବନ ବିଭାଗ କ୍ୟାମ୍ପସରୁ ଗୋ ଚାଲାଣ ଘଟଣା ଉପରେ ବିଭାଗୀୟ ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି। ଗତ କିଛି ବର୍ଷ ତଳେ ବିଭିନ୍ନ ସଂଗଠନର ସଦସ୍ୟମାନେ ଗୋ ଚାଲାଣ ବିରୋଧରେ ସ୍ବର ଉଠାଇଥିବା ବେଳେ
କୌଣସି ସୁଫଳ ମିଳୁନାହିଁ। ଗୋଟିଏ ଗୋଟିଏ ଟ୍ରକରେ ୬୦/୭୦ ଗୋରୁକୁ ଅମାନୁଷିକ ଭାବେ ନିଆଯାଉଛି । ଏଥିସହ ହଜାର ହଜାର ଗୋରୁ ଗାଈକୁ ଛତିଶଗଡରୁ ୫୦୦ କିମି ବିନା ଖାଦ୍ୟରେ ପିଟି ପିଟି ନେଉଥିବା ଦେଖାଯାଇଛି। ଗୋ ମାତାକୁ ନିର୍ଯାତନା ଦେଇ ବିକ୍ରି କରାଯାଉଥିବା ଅଭିଯୋଗ ହଉଛି । ଗୋ ଚାଲାଣକୁ ରୋକିବାକୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ସଂଗଠନର ସଦସ୍ୟ ଏକତ୍ରିତ ହୋଇ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି