ଶିକ୍ଷକ ମ।ନେ ଟି ଇଟି ପ।ସ କରିବ। ଜରୁରୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଶିକ୍ଷକ ଟିଇଟି ପାସ୍ କରିବା ଜରୁରି
ଉଭୟ ଚାକିରି, ପଦୋନ୍ନତି ପାଇଁ ବାଧ୍ଯତାମୂଳକ
କୃତକାର୍ଯ୍ୟ ନହେଲେ ଅବସର ନେବାକୁ ପଡିବ
ନୂଆଦିଲ୍ଲୀ,୧।୯: ଶିକ୍ଷାସେବା ସହ ଜଡିତ ସମସ୍ତ ଶିକ୍ଷକ ଚାକିରିରେ ରହିବା ଓ ପଦୋନ୍ନତି ପାଇବାକୁ ହେଲେ ଟିଇଟି (ଟିଚର୍ସ ଏଲିକିଟିଲିଟି ଟେଷ୍ଟ) ପାସ୍ କରିବା ଜରୁରି। ସୁପ୍ରିମକୋର୍ଟ ଆଜି ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିସହ କହିଛତି ଯେ ଯଦି ଶିକ୍ଷକମାନେ ଟିଲଟି ନ ଦେବେ ତେବେ ସେମାନଙ୍କୁ ଚାକିରି ଛାଡିବାକୁ ପଡିବ ନଚେତ ଅବସର ନେବାକୁ ହେବ। କିନ୍ତୁ ଯେଉଁ ଶିକ୍ଷକଙ୍କ ଚାକିରି କାଳ ୫ ବର୍ଷରୁ କମ୍ ସମୟ ଥିବ ସେମାନେ ଟିଲଟି ଦେବା ଜରୁରି ନୁହେଁ ବୋଲି ବିଚାରପତି ଦୀପଙ୍କର ଦତ୍ତ ଏବଂ ବିଚାରପତି ମନମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଏଥିସହ ଖଣ୍ଡପୀଠ ଟିଇଟି ପାସ୍ କରିବାକୁ ଶିକ୍ଷକମାନଙ୍କୁ ୨ ବର୍ଷ ସମୟ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ତାମିଲନାଡୁ ଓ ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟର ଶିକ୍ଷକମାନେ ଟିଇଟିକୁ ବାଧ୍ୟତାମୂଳକ କରାଯିବାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର
କରିଥିଲେ । ତେବେ ଆଜିର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏନ୍ସିଟିଲ (ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ) ଦ୍ୱାରା ଟିଇଟି ପରୀକ୍ଷାକୁ ବାଧ୍ୟତାମୂଳକ କରାଯିବା ନିଷ୍ପରିକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି । ତେବେ ଏହି ନିର୍ଦ୍ଦେଶ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ କି ନାହିଁ ତାହା ସୁପ୍ରିମକୋର୍ଟର ଏକ ବୃହତ୍ତର ଖଣ୍ଡପୀଠରେ ବିଚାର କରାଯିବ। ଟିଇଟି ବା ଶିକ୍ଷକ ଯୋଗ୍ୟତା ପରୀକ୍ଷା ହେଉଛି ଏକ ଜାତୀୟ ସ୍ତରୀୟ ପରୀକ୍ଷା। ଜଣେ ଅଭ୍ୟର୍ଥୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ (ପ୍ରଥମରୁ ଅଷ୍ଟମ ଶ୍ରେଣୀ) ଶ୍ରେଣୀ ପାଇଁ ଶିକ୍ଷକ ହେବାକୁ ଯୋଗ୍ୟ କି ନୁହତି ତାହା
ଏହି ପରୀକ୍ଷା ସ୍ଥିର କରିଥାଏ।
ଏନ୍ସିଟିଲ ୨୦୧୧ରେ ଟିଇଟିକୁ ବାଧ୍ୟତାମୂଳକ କରିଥିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଇଥିବା ଶିକ୍ଷକମାନଙ୍କ ପାଇଁ ଏହି ପରୀକ୍ଷା ଦେବା ବାଧ୍ୟତାମୂଳକ। କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏହାକୁ ପୃଥକ ଭାବେ କରିଥାନ୍ତି। ଯାହା ସେଣ୍ଟ୍ରାଲ ଟିଇଟି (ସିଟିଇଟି) ଏବଂ ରାଜ୍ୟ ଟିଲଟି (ଏସ୍ଟିଇଟି) ଭାବେ ପରିଚିତ । ଶିକ୍ଷା ଅଧିକାର (ଆରଟିଲ) ଆଇନର ଧାରା ୨୩ (୧) ଅନୁସାରେ ଶିକ୍ଷକମାନଙ୍କ ପାଇଁ ସର୍ବନିମ୍ନ ଯୋଗ୍ୟତା ଏନ୍ସିଟିଲ ଦ୍ଵାରା ନିର୍ଦ୍ଧାରିତ କରାଯିବ।
ଏନ୍ସିଟିଲ ୨୦୧୧ ଜୁଲାଇ ୨୯ରେ ଏକ ବିଜ୍ଞପ୍ତି ଜାରି କରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ହେବା ପାଇଁ ହେଲେ ଟିଇଟି ପରୀକ୍ଷାରେ ପାସ୍ କରିବାକୁ ବାଧ୍ୟତାମୂଳକ କରିଥିଲା। ତେବେ ଏହି ତାରିଖ ପୂର୍ବରୁ ନିଯୁକ୍ତ ଶିକ୍ଷକମାନେ ଟିଇଟି ଦେବେ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ଉଠିଥିଲା। ଏନ୍ସିଟିଲ ଆଦେଶ ବିରୋଧରେ କିଛି ଶିକ୍ଷକ ସଂଘ ମାଡ୍ରାସ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ। ମାତ୍ରାସ ହାଇକୋର୍ଟ ଗତ ଜୁନ୍ରେ କହିଥିଲେ କି ଟିଇଟିକୁ ବାଧ୍ୟତାମୂଳକ କରାଯିବା ପୂର୍ବରୁ ଯେଉଁ ଶିକ୍ଷକମାନେ ନିଯୁକ୍ତି ପାଇଛତି ସେମାନେ ବିନା ଟିଇଟିରେ ସେବାରେ ରହିପାରିବେ। କିନ୍ତୁ ପଦୋନ୍ନତି ପାଇବାକୁ ହେଲେ ଟିଇଟି ଦେବାକୁ ହେବ । ହାଇକୋର୍ଟଙ୍କ ଏହି ଆଦେଶ ବିରୋଧରେ ଶିକ୍ଷକମାନେ ସୁପ୍ରିମକୋର୍ଟ ଆସିଥିଲେ। ସୁପ୍ରିମକୋର୍ଟ ଏବେ ସ୍ପଷ୍ଟ କରିଦେଇଛତି ଯେ ଶିକ୍ଷକମାନଙ୍କୁ ଉଭୟ ଚାକିରିରେ ରହିବାକୁ ଏବଂ ପଦୋନ୍ନତି ପାଇବାକୁ ହେଲେ ଟିଇଟି ଦେବାକୁ ପଡିବ।