ଜୟପୁର ବିକାଶ ପ।ଇ ଏକ।ଠୀ ହେଲେ ଫୂବ୍ ପ।ରିଷଦ
ଜୟପୁର ବିକାଶ ପାଇଁ ଏକାଠି ହେଲେ ପୂର୍ବ ପାରିଷଦ
ଜୟପୁର,୧/୯: ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରେ ଥିବା ପୌରାଞ୍ଚଳ ଗୁଡ଼ିକର ବିକାଶ ଆଖିଦୃଶିଆ ହୋଇଛି । କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ପ୍ରତିଯୋଗିତା ମୂଳକ ମନୋଭାବ ନଥିବାରୁ ଜୟପୁର ପଛରେ ପଡ଼ିଛି ଅନ୍ୟ ସହରକୁ ଗଲେ ପ୍ରବେଶରୁ ପ୍ରସ୍ଥାନ ପର୍ଯ୍ୟନ୍ତ ବିକାଶର ଚିହ୍ନ ବାରି ହୋଇ ପଢୁଛି। ହେଲେ ଜୟପୁରରେ ବିକାଶର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି । ସହରର ବିକାଶ ପରଖିବାକୁ ଏକ ସ୍ବତନ୍ତ୍ର କମିଟି ଗଠନ ହୁ। ମାସିକ ବୈଠକ ମାଧ୍ୟମରେ ଲାଗି ରହିଥିବା ମୌଳିକ ସମସ୍ୟାକୁ ନେଇ ସ୍ବର ଉତ୍ତୋଳନ ହେଉ ଦଳମତ ନିର୍ବିଶେଷରେ ସହରର ବିକାଶ ପାଇଁ ଆମକୁ ଏକାଠି ହେବାକୁ ପଡ଼ିବା ମହାନଗର ନିଗମ ମାନ୍ୟତା ମିଳିବା ପର୍ଯ୍ୟନ୍ତ ଲଢ଼େଇ ଚାଲିବ
ସ୍ନାୟତ୍ତ ଶାସନ ଦିବସ ଅବସରରେ ଜୟପୁରର ଏକ ହୋଟେଲ୍ରେ ପୂର୍ବତନ ପୌର ପରିଷଦ ସଭ୍ୟ, ସଭ୍ୟା କମିଟି ବୈଠକରେ ଏହି ମତ ପ୍ରକାଶ ପାଇଛି। ପୂର୍ବତନ କାଉନସିଲର ବାଲା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ପୌରାଧ୍ୟକ୍ଷା,
ଉପାଧ୍ୟକ୍ଷା, କାଉନସିଲର ଯୋଗଦେଇ ସହରର ବିକାଶକୁ ନେଇ ମୂଲ୍ୟବାନ ମତ ଦେଇଥିଲେ। ପୌର ପରିଷଦର ବିକାଶ ବର୍ତ୍ତମାନ ଦଳୀୟ ପ୍ରତିବନ୍ଧକ ମଧ୍ୟରେ ଥିବାରୁ ଅଗ୍ରଗତି ହୋଇପାରୁନି| ପୂର୍ବରୁ ପୌର
ପୌରପରିଷଦ, ଜୟପୁର
ପରିଷଦକୁ ସରକାରୀ ଅନୁଦାନ ଆସୁନଥିଲା। ନିଜସ୍ବ ଆୟରେ ପରିଚାଳନା ହେଉଥିଲା ପୌର ସଂସ୍ଥା ଏବେ ସରକାର ଅନୁଦାନ ଯୋଗାଇ ଦେବା ପରେ ମଧ୍ୟ ସମସ୍ୟା ଦୂର ହୋଇପାରୁନି ବର୍ଷା ଦିନରେ ସହରର ସାହି, ଗଳିକନ୍ଦି, ବସ୍ତି, ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି
ଜମୁଛି ଜଗନ୍ନାଥ ସାଗର, ନୀଳକଣ୍ଠ ସାଗର, ଗୋର୍ବଧନ ମୁଣ୍ଡା ସାଗର ପୁନରୁଦ୍ଧାର କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିଛି | ରାଜନୈତିକ ସ୍ୱାର୍ଥ ଯୋଗୁଁ ସହରର ବିକାଶ ପଛରେ ପଡ଼ିଛି ବୋଲି ପୂର୍ବତନ ପୌରାଧ୍ୟକ୍ଷ ରବି ନାରାୟଣ ନନ୍ଦ
ଆପଣରେ ସମୟାରାବି ପ୍ରସ୍ତାବକୁ
କରାଗଲେ ପ୍ରତି ମାସରେ ପୌର କାର୍ଯ୍ୟାଳୟକୁ ଯାଇ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ ପୂର୍ବତନ ପୌର ଉପାଧ୍ୟକ୍ଷ ମୁନା ରଥ ଜୟପୁର ପୌରାଞ୍ଚଳରେ ହେଲି ଭେଇକେଲ ଟ୍ରେନିଂ ସେଣ୍ଟର କରିବାକୁ ମତ ରଖିଥିଲେ ପୂର୍ବତନ କାଉନସିଲର ଶଶୀ ପଟ୍ଟନାୟକ ସେହିପରି ପୂର୍ବତନ ଅତିରିକ୍ତ ଉପାଧ୍ୟକ୍ଷା ପଦ୍ମିନୀ ଦାଶ, ପୂର୍ବତନ କାଉନସିଲର ବିନୋଦ ମହାପାତ୍ର, ବିନ୍ଦୁରାଣୀ ମିଶ୍ର, ଗଣେଶ ପାଢ଼ୀ, କେ, ପ୍ରସାଦ ରାଓ ପଟ୍ଟନାୟକ, ଦୁର୍ଗା ପ୍ରସାଦ ଶର୍ମା, ଉମାଚରଣ ମହାପାତ୍ର, ଆନନ୍ଦ ମହାପାତ୍ର, ନିହାର ବିଶୋୟୀ, କୃଷ୍ଣ ଚନ୍ଦ୍ର ହୋତା, ଏ. ଶ୍ରୀନିବାସ ରାଓ, ରାମ ପ୍ରସାଦ ପଣ୍ଡା, ପ୍ରମୋଦ ମାଝୀ, ୱାଇ. ଏସ. ଖାନା, ଆଶୁତୋଷ ସାନ୍ତ୍ରାପାତ୍ର ପ୍ରମୁଖ ନିଜର ମତ ରଖିଥିଲେ। ପୂର୍ବତନ ପାରିଷଦଙ୍କୁ ସ୍ବାୟତ୍ତ ଶାସନ ଦିବସରେ ନିମନ୍ତ୍ରଣ କରାଯାଉନଥିବା ଯୋଗୁଁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ଏହି ଅବସରରେ ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷ ବି. ସୁନିତା ଏବଂ ଅନ୍ୟାନ୍ୟ କାଉନସିଲର ଉପସ୍ଥିତ ଥିଲେ ।
କହିଛନ୍ତି। ଅନ୍ୟ ସହରର ବିକାଶକୁ ମଡେଲ୍ କରି ଜୟପୁରକୁ ଗୁରୁତ୍ବ ଦେବା ନେଇ ମତ ରଖିଥିଲେ ପୂର୍ବତନ କାଉନସିଲର୍ ଦୁର୍ଗା ମିଶ୍ର କମିଟି ଗଠନ କରି ଗୃହୀତ ପ୍ରସ୍ତାବକୁ ପୌର ପରିଷଦର ଦୃଷ୍ଟିଗୋଚର କରିବାକୁ ମତ ରଖିଥିଲେ ।