Education

ଜୟପୁର ଟାଉନ ପୋଲିସ ଦ୍ୱାରା ୧୪ ଅପରାଧୀ ଗିରଫ

ଜୟପୁର ଟାଉନ ପୋଲିସ ଦ୍ବାରା ୧୪ ଅପରାଧୀ ଗିରଫ

ଜୟପୁର,୩୧/୮ :ଜୟପୁର ଟାଉନ ପୋଲିସକୁ ମିଳିଛି ବଡ ସଫଳତା । ବିଭିନ୍ନ ମାମଲାରେ ୧୪ ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରିଛି। ଏହାକୁ ନେଇ କୋରାପୁଟ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଏସ ଡାବ୍ଲୁସି ଆମ୍ବିତ ମହାନ୍ତି ଟାଉନ ଥାନା ପରିସରରେ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗିରଫ ଅଭିଯୁକ୍ତମାନେ ବିଭିନ୍ନ ଘଟଣାର ଅପରା ରାଧୀକ ମାମଲାରେ ଜଡିତ ଥିବା ପର୍‌ଦ୍ଦାଫାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଦକ୍ଷିଣ ପିଶ୍ଚିମାଞ୍ଚଳ ଡିଆଇଜି ଏବଂ ଆରକ୍ଷୀ ଅଧୂକ୍ଷକ ରୋହିତ ବର୍ମା ଙ୍କ ଅ ଅପରାଧ ମୁକ୍ତ ଜୟପୁରକୁ ସାକାର କରିବାକୁ ଟାଉନ ଥାନା ତରଫରୁ ଜାରି କରାଯାଇଥିବା ଫୋନ ନମ୍ବର ୯୪୩୮୯୧୬୯୩୦ କୁ ରାତିରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଭୂତନାଥ ମନ୍ଦିର ପାଖରେ ରହିଥ‌ିବା ସୂଚନା ମିଳିଥିଲା ଏହା ପରେ ଟାଉନ ଥାନା ଅଧିକାରୀଙ୍କ ତତ୍ତ୍ଵାବଧାନରେ ସିଦ୍ଧାନ୍ତ କୁମାର ବହେରା ଏସଆଇ ଏବଂ ପୋଲିସ କର୍ମାଚାରୀ ମାନେ ଯୋଜନା ବଦ୍ଧ ଭାବେ ୬ ଜଣ ଡକାୟତ କରିବାକୁ ଉଦ୍ୟମରତ ଥିବା ବେଳେ ଗିରଫ କରିଥିଲେ ଏବଂ ସେମାନଙ୍କ ଠାରୁ ଚାରୋଟି କାତି ଗୋଟିଏ ଖଣ୍ଡା ଲୁହା ରଡ୍ ମଦବତୋଲ ଜବତ କରିବା ସହିତ ଥାନା କେଶ ନଂ ୩୧୨/୨୫ ବିଏନଏସ ଧାରା ୩୧୦(୪)(୫) ଅନୁଯାଇ ମାମଲା ରୁଜୁ କରିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button