ଶିକ୍ଷାଦାନ କ୍ଷେତ୍ରରେ ଜିଲ୍ଲା ଶିକ୍ଷ। ଅଧିକାରୀଙ୍କ ସଫଳତ।
ଶିକ୍ଷାଦାନ କ୍ଷେତ୍ରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଫଳତା
ନବରଙ୍ଗପୁର,ତା୩୦୮
ରାଜ୍ୟରେ ଲାଗୁହୋଇଛି ଜାତୀୟ ଶିକ୍ଷା ନୀତି -୨୦୨୦ । ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ବ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଗତ ମାସରେ କୋରାପୁଟ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କୋରାପୁଟ, ନବରଙ୍ଗପୁର, ରାୟଗଡା ଏବଂ । ମାଲକାନଗିରି ଜିଲ୍ଲାକୁ ନେଇ ଏକ ବୈଠକ କରାଯାଇଥିଲା । ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କେନ୍ଦ୍ର ଓ ରାଜ୍ୟ ଶିକ୍ଷା ସଚିବ, ୪ ଜିଲ୍ଲାର ଜିଲ୍ଲାପାଳ ଏବଂ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ବିଭାଗ ଦ୍ବାରା ଗଣ୍ଡ ଭାଷାରେ ଶିକ୍ଷାଦାନ କ୍ଷେତ୍ରରେ ବୈଷୟିକ ଶିକ୍ଷାର କିପରି ବ୍ୟବହାର କରାଯାଇପାରିବ ତାହାର ଏକ ଉପସ୍ଥାପନା କରାଯାଇଥିଲା ପାଇଥିଲା।
ଏହି ଉପସ୍ଥାପନା ସେଠାରେ ଉପସ୍ଥିତ ସମସ୍ତଙ୍କ ମନ ଜିତି ପାରିଥିଲା । ଯାହା ବିଷୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଘରୋଇ ଟେଲିଭିଜନ ସାକ୍ଷାତକାରରେ ଦୋହରାଇଛନ୍ତି | ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ନିକଟ ଅତୀତରେ ସାହୁଙ୍କୁ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ ଦିଲ୍ଲୀରୁ ଡାକରା ଆସିଥିଲା। ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାହୁଙ୍କ ଅହରହ ପ୍ରୟାସ କର୍ମଚାରୀ ତଥା ଶିକ୍ଷକଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି ସୁନିଶ୍ଚିତ ସଫଳତା ହାସଲ ଶିକ୍ଷା ଇତିହାସରେ ମାଇଳିଖୁଣ୍ଟ ସଦୃଶ ହୋଇପାରିଛି । ଆଗକୁ ଶ୍ରୀ ସାହୁ ଶିକ୍ଷାଦାନ କ୍ଷେତ୍ରରେ ବିପ୍ଳବ ଆଣିବା ନିମନ୍ତେ ଏମିତି ପ୍ରୟାସ ଜାରି ରଖୁବାକୁ ବୁଦ୍ଧିଜୀବୀ ମହଲରେ ଆଶା ପ୍ରକାଶ ପାଇଛି।



