୧୨ ପଞ୍ଚାୟତ କୁ ୨ ପି ଇଓ ଉନ୍ନୟନ କାର୍ଯ୍ୟ ବ।ଧା ପ୍ରାପ୍ତ
୧୨ ପଞ୍ଚାୟତକୁ ୬ ପିଇଓ
ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ
ଡାବୁଗାଁ,୩୦/୮: ଡାବୁଗାଁ ବ୍ଲକର ୧୨ଟି ପଞ୍ଚାୟତରେ ମାତ୍ର ୬ ଜଣ
ପିଇଓ ନିଯୁକ୍ତ ହୋଇଥିବାରୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।
ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତକୁ କ୍ଷମତା ହସ୍ତାନ୍ତର ଓ କ୍ରିୟାଶୀଳ
କରିବା ପରେ ପିଇଓମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଗ୍ରାମୀଣ ଆବାସ
ଯୋଜନାରେ ଗୃହ ନିର୍ମାଣ, ସ୍ବଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ, କଠିନ
ବର୍ଜ୍ୟବସ୍ତୁ ପରିଚାଳନା, ବର୍ଷା ଜଳ ସଂରକ୍ଷଣ, ମନରେଗାର ସଠିକ୍ ରୂପାୟନ,
ଭତ୍ତା ପ୍ରଦାନ ସହ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ପିଇଓମାନେ ଗୁରୁତ୍ବପୂର୍ଣ୍ଣ
ଭୂମିକା ନିର୍ବାହ କରିଥାନ୍ତି। ସରକାରଙ୍କ ବିଭିନ୍ନ ଯୋଜନାକୁ ପରିଚାଳନା
କରିବା ପାଇଁ ପଞ୍ଚାୟତସ୍ତରରେ ପିଇଓମାନଙ୍କ ଗୁରୁ ଦାୟିତ୍ଵ ରହିଛି। କିନ୍ତୁ
ଡାବୁଗାଁ ବ୍ଲକର ୧୨ଟି ପଞ୍ଚାୟତରେ ମାତ୍ର ୬ ଜଣ ପିଇଓ ନିଯୁକ୍ତ ହୋଇଥିବାରୁ
ଏଥିରେ ସମସ୍ୟା ଦେଖାଦେଉଛି। ଆବଶକ୍ୟ ପିଇଓ ନଥିବାରୁ ଘୋଡ଼ାଖୁଣ୍ଟା
ଓ ଜବାଗୁଡ଼ା ପଞ୍ଚାୟତ ପାଇଁ ଜଣେ, ବୋରିଗାଁ ଓ ନନ୍ଦପୁରା ପଞ୍ଚାୟତ ପାଇର୍ଡ଼
ଜଣେ, କୋଇଲାରି ଓ ବଡ଼ ଓଲମା ପଞ୍ଚାୟତ ପାଇଁ ଜଣେ, ମେଦନା ଓ ଅଞ୍ଚଳା
ପଞ୍ଚାୟତ ପାଇଁ ଜଣେ, ଡାବୁଗାଁ ଓ ଚଚରାଗୁଡା ପଞ୍ଚାୟତ ପାଇଁ ଜଣେ ଏବଂ
ଜୁନାପାଣି ଓ ଡଙ୍ଗରିଗୁଡ଼ା ପଞ୍ଚାୟତ ପାଇଁ ଜଣେ ପିଇଓଙ୍କୁ ଦାୟିତ୍ବ ଦିଆଯାଇଛି।
ବିଶେଷ କରି ଡାବୁଗାଁ ବ୍ଲକରେ ୬ଜଣ ପିଇଓଙ୍କ ମଧ୍ୟରୁ ୩ ଜଣ ମହିଳା ପିଇଓ
ରହିଥିବାରୁ ଦୁଇ ଦୁଇଟି ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପରିଚାଳନା କରିବାରେ
ସମସ୍ୟା ହେଉଛି। ଏପରିକି ସରକାରୀ ଛୁଟି ଦିବସରେ ମଧ୍ୟ ପିଇଓମାନଙ୍କୁ
କାର୍ଯ୍ୟ କରାଯାଉଛି। ଗୋଟିଏ ପଞ୍ଚାୟତରୁ ଅନ୍ୟ ପଞ୍ଚାୟତ ଯାଇ କାର୍ଯ୍ୟ କରିବା
କାଠିକର ପାଠ ହୋଇଥିବା ବେଳେ ଅତିରିକ୍ତ କାର୍ଯ୍ୟଭାର ଯୋଗୁ ପିଇଓମାନେ
ମାନସିକ ଚାପରେ ରହୁଛନ୍ତି। ସରକାରୀସ୍ତରରେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ
Smayଶଙ୍ଖ ଅଲିରିକ୍ତ ଦାୟିତ୍ଵ ଦେଇ ପିଇଓମାନଙ୍କୁ ଅତ୍ୟଧିକ ଚାପ ସୃଷ୍ଟି
କରାଯାଉଛି। ତେଣୁ ମମସ୍ତ ପଞ୍ଚାୟତରେ ପିଇଓ ନିଯୁକ୍ତ କରିବା ଦିଗରେ
ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।



