Education

ରାୟଗଡା ଗଲେ ଓଇଆର୍ସି ମହିଳ।

ରାୟଗଡ଼ା ଗଲେ ୱାଇଆର୍‌ସି ମହିଳା

ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରାଯାଉଛି।

ନବରଙ୍ଗପୁର,୩୦/୮

ରାୟଗଡ଼ା ମହିଳା ମହାବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ୨ ଦିନିଆ ସ୍ବାସ୍ଥ୍ୟ ଓ ସୁସ୍ଥତା କର୍ମଶାଳାରେ ଯୋଗଦେବାକୁ ଶୁକ୍ରବାର ନବରଙ୍ଗପୁର ଜିଲ୍ଲାର ଯୁବ ରେଡ୍‌କ୍ରସ୍ (ୱାଇଆର୍‌ସି) ମହିଳା ସ୍ୱେଚ୍ଛାସେବୀ ଓ କଣ୍ଟିଜେଣ୍ଟ କାଉନ୍‌ସିଲରମାନେ ଯାତ୍ରା କରିଛନ୍ତି। ଜିଲା ୱାଇଆର୍‌ସି ଅଧ୍ଯକ୍ଷ ଡି. ଗୋବିନ୍ଦ ରାଓ ଏବଂ ରେଡ୍‌କ୍ରସ୍ ଲାଇଫ୍ ମେମ୍ବର ଜଗନ୍ନାଥ ମହାପାତ୍ର ସବୁଜ ପତାକା ଦେଖାଇ ଯାତ୍ରାର ଉଦ୍‌ଘାଟନ କରିବା ସହ ସଫଳତାପୂର୍ଣ୍ଣ କ୍ୟାମ୍ପ ପାଇଁ ଶୁଭେଚ୍ଛା ଜଣାଇଥିଲେ। ପ୍ରଥମ ଥର ପାଇଁ ଓଡ଼ିଶାର ସ୍ବାସ୍ଥ୍ୟ ଓ ସସୂତା ସମ୍ପର୍କରେ ଏହି କର୍ମଶାଳା କଗାଯାଉଛି । ଯାହାକି ମହିଳା ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଯଥେଷ୍ଟ ସଚେତନତା ସୃଷ୍ଟି କରିବ ବୋଲି ସ’ମାଜିକ କର୍ମୀ ମହାମାତ୍ର ମତ ଦେଇଛନ୍ତି।

୨ ଦିନିଆ ସ୍ବାସ୍ଥ୍ୟ ଓ ସୁସ୍ଥଡା କର୍ମଶାଳାରେ ଭାଗନେବେ

ଏହି ଅଭିଯାନ ଜିଲା ସମ୍ପାଦକ ଦିଲ୍ଲୀପ କୁମାର ହୋତା ଓ ଜିଲା ସଂଯୋଜକ ଅତ୍କଳ ଭଟ୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶମ୍ଭୁପ୍ରସାଦ ହୋତା, ଜିତେନ୍ଦ୍ର କୁମାର ରଥ, ଶଙ୍କର ପ୍ରସାଦ ଗନ୍ତାୟତ, ନମିତା ମହାପାତ୍ର ଓ ନିର୍ମାଳା ହିକ୍‌କାଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ହୋଇଥିଲା। ପ୍ରକାଶ ଯେ ଭାରତୀୟ ରେଡ୍‌କ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ Pandଆନୁକୂଲ୍ୟରେ ରାୟଗଡ଼ା ମହିଳା ମହାବିଦ୍ୟାଳୟରେ ୩୦ ଓ ୩୧ ତାରିଖରେ ସ୍ବାସ୍ଥ୍ୟ ଓ ସୁସ୍ଥତା ଶିବିର କରାଯିବ। ଏଥିରେ ନବରଙ୍ଗପୁର,

ରାୟଗଡ଼ା ଜିଲାର ୨୦୦ ମହିଳା ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିବେ। ନବରଙ୍ଗପୁରରୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଉମରକୋଟ ଏସ୍‌ଟି ଉଚ୍ଚ ମାଧ୍ଯମିକ ସ୍କୁଲ, ଭୈରବ ସ୍ନାତକ ମହାବିଦ୍ୟାଳୟ ଡାବୁଗାଁ, ଜାମୁରଣ୍ଡା ଉଚ୍ଚ ମାଧ୍ୟମିକ ସ୍କୁଲ ଓ ନବରଙ୍ଗପୁର ସ୍ନାତକ ମହାବିଦ୍ୟାଳୟର ୨୫ ଜଣ ସ୍ୱେଚ୍ଛାସେବୀ ଓ ୨ କାଉନସିଲର ମନୀଷା ସରକାର ଓ ଅନ୍ୟନ୍ଦିତା ରାୟ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଶିବିର ନିଶ୍ଚିତ ଭାବରେ ସ୍ୱେଚ୍ଛାସେବୀଙ୍କ ସ୍ବାସ୍ଥ୍ୟ, ସୁସ୍ଥତା ତଥା ବ୍ୟକ୍ତିର ବିକାଶରେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ ପାଉଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button