Education

ସ।ବ।ସ ମହେଶ ବ।ବୁ ତମ ସ।ହ।ସିକତ। ପ।ଇ ନବରଙ୍ଗପୁର ସହର ସଲ।ମ କରୁଛି।ଇ

ସାବାସ ମହେଶ (ରାଜୁ) ଭାଇ ତମ ମଣିଷ ପଣିଆ ତମ ସାହାସିକତା କୁ ଅନ୍ତର ରୁ ସଲାମ ।

ନବରଙ୍ଗପୁର, ୩୦/୮

ହୁ ହୁ ହେଇ ଜଳୁ ଥୂଲା ପୂଜା ଭେଜ ହୋଟେଲ, ଶହ ଶହ ଲୋକ ଙ୍କ ଭିଡ଼ ସମସ୍ତେ ବ୍ୟତି ବ୍ୟସ୍ତ ହୋଇ ପଡୁଥିଲେ କିନ୍ତୁ ଏ ଭିଡ଼ ଭିତରେ ହଟାତ ଦୌଡ଼ି ଯାଇ ଏକ ବନ୍ଦ କବାଟ କୁ ଭାଙ୍ଗିବାର ପ୍ରୟାସ ଉପସ୍ଥିତ ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।ନା କୌଣସି ସୁରକ୍ଷା ଉପକରଣ, ନା ସେ ଜଣେ ଅଗ୍ନିଶମ ବିଭାଗ କର୍ମଚାରୀ, ଉପର ମହଲା ରେ ଥୂଲା ରନ୍ଧା ଗ୍ୟାସ ସିଲିଣ୍ଡର ଟିକିଏ ଅସାବଧାନତା ନିଶ୍ଚିତ ଭାବେ କିଛି ବଡ଼ ଅଘଟଣ ଘଟି ଥାଇ ପାରନ୍ଧା କିନ୍ତୁ, ଏ ସବୁ ଭୟ କୁ ଭ୍ରୁକ୍ଷେପ ନ କରି ନିଜ ଜୀବନ କୁ ବାଜି ଲଗେଇ ନିଆଁ ଲିଭାଇବାକୁ ଯେଉଁ ପ୍ରୟାସ କରିଥିଲେ ତାର ଯେତେ ପ୍ରଶଂସା କରିଲେ ବି କମ ପଡ଼ିଯିବ।ପେଶା ରେ ସେ ଜଣେ ଗୃହ ରକ୍ଷୀ, ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ କରିବା ଦାୟିତ୍ଵ ରେ ସେ ନିୟୋଜିତ ଥିଲେ ।ହଟାତ ଏ ନିଆଁ ଦେଖ୍ ତାଙ୍କ ଭିତରେ ଥ‌ିବା ମଣିଷ ପଣିଆ ତାଙ୍କୁ ବାଧ୍ଯ କରିଥିଲା ଆଉ ସେ ନିଆଁ ଲିଭେଇବର ଉଦ୍ୟମ କରି ଆଖ ପାଖ ଅଞ୍ଚଳର ଧନ ଜୀବନ କୁ ସୁରକ୍ଷା ଦେବା ପାଇଁ ଲାଗି ପଡ଼ିଥିଲେ ।ଆଉ ଆର ସାକ୍ଷୀ ସେଠାରେ ଉପସ୍ଥିତ ଥ‌ିବା ସମସ୍ତ ଜନ ସାଧାରଣ ସମସ୍ତ ଙ୍କ ମୁହଁରୁ ଆପେ ଆପେ ଅଜସ୍ର ଆଶ୍ରିବାଦ ଆଉ ପ୍ରଶଂସା ବାହାରି ପଡୁଥିଲା ।

ଅନ୍ତର ରୁ ଧନ୍ୟବାଦ ଦେଉଛୁ ରାଜୁ ଭାଇ ମା ଭଣ୍ଡାର ଘରଣୀ ତମକୁ ଏମିତି ଲୋକଙ୍କ ସାହାଯ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରୁଥାଆନ୍ତୁ । ଆମ ଗ୍ରୁପ ତରଫରୁ ଆପଣଙ୍କ ଏହି ସାହାସିକତା କାର୍ଯ୍ୟ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button