Education

ଚମକିବ ମ। ମଝି ଘର ଆଣୀ ମନ୍ଦିର

ଚମକିବ ମା’ ମଝିଘରିଆଣୀ ମନ୍ଦିର

ରାୟଗଡ଼ା,୩୦/୮: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ଚମକିବ। ଉନ୍ନତୀକରଣ ପାଇଁ ଖର୍ଚ୍ଚ ହେବ ୩୬ କୋଟି ଟଙ୍କା । ପୂର୍ବ ସରକାରଙ୍କ ସମୟରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ମଞ୍ଜୁରୀ କରିଥିଲେ। ଠିକାସଂସ୍ଥା ମାଲିକ ଶ୍ରୀକାର

୩୬ କୋଟିର ପ୍ରକଳ୍ପ ପାଇଁ ଶିଳାନ୍ୟାସ

ପାଣିଗ୍ରାହୀଙ୍କ ସମେତ ତାଙ୍କ ପରିବାର ବର୍ଗ, ମନ୍ଦିର ପରିଚାଳନା କମିଟି ସଦସ୍ୟ, ପୂଜକ, ସେବକ, କର୍ମଚାରୀଙ୍କ ଉପସ୍ଥିତିରେ ଆଜି ରାଜ ପୁରୋହିତ ବିରଞ୍ଚୁ ନାରାୟଣ ଦାସ ଶିଳାନ୍ୟାସ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୨୬ କୋଟି ଟଙ୍କା ବ୍ୟୟରେ ପୂର୍ଭ ବିଭାଗ ଅଧୀନରେ ଟେଣ୍ଡର

ପ୍ରକ୍ରିୟାରେ କାଶୀକଞ୍ଚନ ପ୍ରାଇଭେଟ ଲିମିଟେଡ୍ କନ୍‌କ୍ସନ ଦ୍ୱାରା ଉନ୍ନୟନ କାର୍ଯ୍ୟ କରଯିବ । ମନ୍ଦିର

ଚତୁଃପାର୍ଶ୍ଵର ନବୀକରଣ କରଯିବ । ୩ ଦ୍ଵାର ପାଇଁ ପକ୍କା ରାସ୍ତା, ଅତିଥି ଭବନ, ମନ୍ଦିର କାର୍ଯ୍ୟାଳୟ,

ମୁଣ୍ଡନ କକ୍ଷ, ପାର୍କ, ଶୌଚାଳୟ, ବିଶ୍ରାମାଗାର ଓ ଯାନବାହନ ରଖୁବା ପାଇଁ ପାଈଁ ବ୍ୟବସ୍ଥା କରଯିବ। ଆସନ୍ତା ୨୪ ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଉକ୍ତ ଠିକା ସଂସ୍ଥାକୁ ଧାର୍ଯ୍ୟ ରଖୁଛି । ମନ୍ଦିରକୁ ରାଜ୍ୟ ତଥା ବାହାର ରାଜ୍ୟର ଶ୍ରଦ୍ଧାଳୁମାନେ ଆସି ଯେପରି ମା’ଙ୍କ ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ପ୍ରକାର ବ୍ୟବସ୍ଥା କରାଯିବ । ଯାହାକି ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟସ୍ତରରେ ଶ୍ରଦ୍ଧାଳୁଙ୍କୁ ଅଧିକ ଆକର୍ଷଣ କରିବ ମା’ ମଝୀଘରିଆଣୀ ମନ୍ଦିର । ଯାହାକୁ ନେଇ ଶ୍ରଦ୍ଧାଳୁମାନେ ବେଶ୍ ଖୁସି ଅନୁଭବ କରିବେ । ଏହି ପ୍ରକଳ୍ପ ପାଇଁ ମନ୍ଦିର ପରିଚାଳନା କମିଟି ଅଧ୍ଯକ୍ଷ ଗାଇସିଂ ବିଡ଼ିକ ପୂର୍ବ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଶିଳାନ୍ୟାସ ସମୟରେ ଅନ୍ୟମାନଙ୍କ ମଧ୍ୟରେ ରାଧାକୃଷ୍ଣ ଦଳେଇ, ପି.ବାସୁଦେବ ରାଓ, ମାଙ୍ଗାରାକୁ ହୁଈଜାଙ୍କ ସମେତ ପୂଜକ ଚନ୍ଦ୍ର ପୂଜାରୀ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button