Education

ଜୟପୁର ରେ ୪୧ ପୂଜା ମଣ୍ଡପ କୁ ଅନୁମତି

ଅଗ୍ରପୂଜ୍ୟଙ୍କ ଆରାଧାନା

୪୧ ପୂଜା ମଣ୍ଡପକୁ ଅନୁମତି

ଜୟପୁର,୨୭/୮ : ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଧୁମଧାମରେ ଆରମ୍ଭ ହୋଇଛି। ଏଥର ସହରର ୪୧ ପୂଜା ମଣ୍ଡପକୁ ପ୍ରଶାସନିକ ଅନୁମତି ମିଳିଛି। ଗାଇଡ୍‌ଲାଇନ୍ ଅନୁଯାୟୀ ପୂଜା ଏବଂ ବିସର୍ଜନ ଲାଗି କର୍ମକର୍ତ୍ତାଙ୍କୁ ଅନୁରୋଧ କରାଯାଇଛି। ବିସର୍ଜନରେ ଡିଜେ, ରାତି ୧୦ ପରେ ସାଉଣ୍ଡସିଷ୍ଟମ ବନ୍ଦ ସହ ଅନ୍ୟାନ୍ୟ କଟକଣା ଜାରି କରାଯାଇଛି। ନିୟମ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟାଉନଥାନା ଆଇଆଇସି ଉଲ୍ଲାସ ଚନ୍ଦ୍ର ରାଉତ କହିଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ବକ୍ସିସାହି ତ୍ରିନାଥ ସେବା ପରିଷଦ, ଖାଲସାହି ପୂଜା କମିଟି, ସମ୍ବାରତୋଟା, ହେମଗିରି ସାହି, ଯଜ୍ଞ ଗ୍ରୁପ୍, ନୂଆସାହିର ପ୍ରସାରରାଓପେଟା, ନାଇଡୁ କଲୋନି, ଜଗନ୍ନାଥ ମନ୍ଦିର ପାଖ, ଗ୍ଲୋବାଲ ଗ୍ରୁପ୍, ଏମ୍‌ଜି ରୋଡ୍ ବାଲଗଣପତି, ପ୍ରଥମ ଦୈନିକ ବଜାର, ରାଜନଅର ଛକ ଜୟଗଣେଶ ଫ୍ରେଣ୍ଡସ୍, ଓଡ଼ିଆମେଦ୍ରୀସାହି, ପାଇଲ ସାହି, ରାଜୁ ସାହି, ହାଟପଦା, ଧାନ୍‌ଭି ଗଉନସିପ୍, ପାରାବେଡ଼ା, ସାମନ୍ତରାୟସାହି,

ମାଦଳାସାହି, ଦୋଳମଣ୍ଡପସାହି, ଏଜିଏମ୍ ଗ୍ରୁପ୍, ଏନକେଟି ରୋଡ୍ ବାଳଗଣପତି ପୂଜା କମିଟି, ଦ୍ଵିତୀୟ ଦୈନିକ ବଜାର ଏକଦନ୍ତ ଏଲାଇଟ୍ ପୂଜା ମଣ୍ଡପ, ଜୟ ଗଣେଶ ଫ୍ରେଣ୍ଡ୍ ଗ୍ରୁପ୍, ମୁଖ୍ୟରାସ୍ତା, ନାଗାର୍ଜିସାହି, ଗଡ଼ିଆମାଳିସାହି, ଜୟନଗର, ବାପୁ ଜୀନଗର, ଧୋବାସାହି, ମହାରାଣୀପେଟା ବାଲଗଣପତି ପୂଜା କମିଟି, ସୌରାସାହି, ସରୋଜିନୀ ଭବନ ପାଖ ଶ୍ରୀସିଦ୍ଧି ବିନାୟକ ଗ୍ରୁପ୍ ଏବଂ ପିଆରପେଟା ପ୍ରଥମ

ଗାଇଡ୍‌ଲାଇନ୍ ପାଳନ ପାଇଁ ପୁଲିସ ପରାମର୍ଶ

ଲେନ୍ ସିଦ୍ଧି ବିନାୟକ ୟୁଥ୍ ଗ୍ରୁପ୍ । କମିଟି କର୍ମକର୍ତ୍ତାଙ୍କୁ ଗାଇଡ୍‌ଲାଇନ୍ ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ମଣ୍ଡପ ନିକଟରେ ନିଜ ସ୍ୱେଚ୍ଛାସେବୀ ମୁତୟନ, ଧାଡ଼ି ଦର୍ଶନ, ନିର୍ଦ୍ଧାରିତ ଦିନରେ ବିସର୍ଜନ, ପ୍ରସାଦ ସେବନ କାର୍ଯ୍ୟକ୍ରମ ପରେ ସଫେଇ ଉପରେ ଗୁରୁତ୍ବ ଦିଆଯାଇଛି। ଉଚ୍ଚଶବ୍ଦ ସୃଷ୍ଟି କରୁଥିବା ସାଉଣ୍ଡ ସିଷ୍ଟମ୍ ନବଜାଇବା ସହ ଦିଆଯିବାକୁ ଥିବା ରୁଟ୍‌ରେ ହିଁ ବିସର୍ଜନ କରିବାକୁ ପରାମର୍ଶ ଦିଆଯାଇଛି। ଡିଜେ ବଜାଇଲେ ଜବତ କରାଯିବ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button